ଇରାକର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୦ରୁ ଅଧିକ ମୃତ

Published By : Prameya-News7 Bureau | July 13, 2021 IST

ଇରାକ୍ ୧୩/୭: ଇରାକର ରାଜଧାନୀ ବାଗଦାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ତେବେ ଏଥିରେ ୫୦ ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଡାକ୍ତରଖାନାର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ବାଗଦାଦର ଅଲ ହୁସେନ୍ ଶିକ୍ଷାଦାନ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି ।

wp:gallery {"ids":[479695],"linkTo":"none"} /wp:gallery

ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡରେ ପ୍ରବଳ ପୋଡାଜଳା ହେତୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି । ହସ୍ପିଟାଲରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଜଣାପଡିଛି । ଯଦିଓ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ତଦନ୍ତ ଏପର୍ଯ୍ୟନ୍ତ ହୋଇନାହିଁ । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଅମ୍ଳଜାନ ସିଲିଣ୍ଡରରେ ବିସ୍ଫୋରଣ ପାଇଁ ଏହି ନିଆଁ ବ୍ୟାପିବାର କାରଣ ବୋଲି ଅନୁମାନ କରାଯାଉଛି ।

wp:gallery {"ids":[479697],"linkTo":"none"} /wp:gallery

ଅଦ୍ୟାବଧି ସରକାର କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି । ତିନିମାସ ପୂର୍ବରୁ ଡାକ୍ତରଖାନାରେ ଏକ ନୁଆ କରି ୭୦ ଟି ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର ଆମୀର ଜାମିଲି କହିଛନ୍ତି ଯେ ଏହି ଘଟଣା ଘଟିବା ସମୟରେ ୬୩ ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି ଥିଲେ । ଇରାକର ନାଗରିକ ପ୍ରତିରକ୍ଷା ମୁଖ୍ୟ ମେଜର ଜେନେରାଲ ଖାଲିଦ ବୋହାନ କହିଛନ୍ତି ଯେ ଡାକ୍ତରଖାନା ନିର୍ମାଣରେ ଜ୍ୱଳନ ଶୀଳ ସାମଗ୍ରୀ ବ୍ୟବହାର କରାଯାଇଥିଲା ଯାହା ଦ୍ୱାରା ନିଆଁ ଶୀଘ୍ର ବ୍ୟାପିଥାଏ ।

wp:gallery {"ids":[479700],"linkTo":"none"} /wp:gallery

ଇରାକର ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଏ ବର୍ଷ ଦ୍ୱିତୀୟ ଥର ପାଇଁ ଏତେ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏପ୍ରିଲରେ, ସମାନ ଘଟଣାରେ ୮୩ ଜଣ ପ୍ରାଣ ହରାଇଥିଲେ । ଅମ୍ଳଜାନ ଟାଙ୍କିରେ ବିସ୍ଫୋରଣ ପରେ ଇବନ୍ ଅଲ ଖତିବ ହସ୍ପିଟାଲରେ ଦୁର୍ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.