ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ୪ ଗୋରୁ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | October 04, 2021 IST

ଭଦ୍ରକ,୦୪/୧୦: ଜଳିଗଲେ ୪ ଗୋରୁ । ଗୁହାଳ ଘରେ ନିଆଁ ଲାଗି ୪ଟି ଗୋରୁଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅନ୍ୟ କିଛି ଗୋରୁ ଆହତ ମଧ୍ୟ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପୁରୀପଡ଼ା ଗ୍ରାମରେ ।

ସୂଚନାନୁସାରେ, ଗ୍ରାମର କୈଳାସ ରାଉତଙ୍କ ଗୁହାଳ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ  ଗୁହାଳ ଘର ସହ ୩ ବଖରା ଘର ଜଳି ଯାଇଥିଲା। ଏହାସହ ୪ ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

ଏଥିରେ ଅନ୍ୟ ଗୋରୁ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଅନ୍ୟ ଗୋରୁଙ୍କୁ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.