ସାରୁଅରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | February 27, 2021 IST

ଖୋର୍ଦ୍ଧା ୨୭।୦୨: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଘର, ପାଉଁଶ ହୋଇଗଲା ଘରର ବିଭିନ୍ନ ଆସବାପତ୍ର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାରୁଅ ଗାଁରେ ଅଗ୍ନିକାଣ୍ଡ ଘଟିଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ସାରୁଆ ଗାଁରେ ସର୍ଟ ସର୍କିଟରୁ ମଙ୍ଗୁଳି ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ କି ମଙ୍ଗୁଳି ସାହୁଙ୍କ ୨ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ସେପଟେ ଅଗ୍ନିକାଣ୍ଡପ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କିନ୍ତୁ ସେତେବେଳକୁ ଘର ସମସ୍ତ ଆସବାପତ୍ର ଓ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.