ଭୟାବହ ଅଗ୍ନିକାଣ୍ଡରେ ୩ ପରିବାର ସର୍ବଶାନ୍ତ, ପୋଡି ପାଉଁଶ ହୋଇଗଲା ୭ବଖରା ଘର ଓ ଆସବାବପତ୍ର

Published By : Prameya-News7 Bureau | December 24, 2020 IST

ଯାଜପୁର ୨୪।୧୨: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର । ସର୍ବଶାନ୍ତ ହୋଇଗଲେ ୩ଟି ପରିବାରର ଲୋକେ । ଘର ଅନେକ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଅଘଟଣ ।  

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲେ । ଦେଖୁ ଦେଖୁ ନିକଟରେ ଥିବା ଘରକୁ ନିଆଁ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଚନ୍ଦ୍ରମଣ ଜତି, କୃପାସିନ୍ଦୁ ଜତି, ବ୍ରଜମୋହନ ଜତିଙ୍କର ୭ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ଆୟତ୍ତ ପାଇଯାଇଥିଲେ ମଧ୍ୟ କ୍ଷତିରୁ ରକ୍ଷା କରିପାରିଲେନାହିଁ । ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି । ଧାନ ଚାଉଳ ସମେତ ଘରର ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.