ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଗଲା ୪ ପରିବାରଙ୍କ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | December 20, 2020 IST

ଢେଙ୍କାନାଳ ୨୦।୧୨ : ଢେଙ୍କାନାଳ ଜିଲା ଗଁଦିଆ ଲାଉଲଇରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୭ବଖରା ପୋଡି ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

ଖବର ଅନୁଯାୟୀ,  ବିଳମ୍ବିତ ରାତିରେ ଲାଉଲଇ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କିନ୍ତୁ ପ୍ରଥମେ ନଗୁ ମଲ୍ଲିକଙ୍କ ଘରୁ ନିଆଁ ଲାଗିଥିଲା । ପରେ ଦେଖୁ ଦେଖୁ ନିଆଁ ନିକଟରେ ଥିବା ଘରକୁ ମାଡିଯାଇଥିଲା । ନିଆଁ ଅତି ଭୟଙ୍କର ହୋଇଉଠିଥିଲା । ତେବେ ଅଗ୍ନିକାଣ୍ଡର ଖବର ପାଇ ଗଁନ୍ଦିଆରୁ ଦମକଳ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା । ମାତ୍ର ସେତବେଳକୁ  ୭ ବଖରା ଘର ପୋଡି ପାଉଁଶ ହୋଇସାରିଥିଲା । ରାତି ସମୟ ଓ ଲୋକମାନେ ଶୋଇପଡିଥିବା ବେଳେ ଏହି ନିଆଁ ଲାଗିଥିବାରୁ ନିଜର ସମ୍ପତିକୁ ଉଦ୍ଧାର କରିପାରିନଥିଲେ । ଯାହାଫଳରେ ୪ଟି ପରିବାରର ସମସ୍ତ ଧାନ ଚାଉଳ ରବି ମୁଗ ସାଙ୍ଗକୁ ଅସବାପତ୍ର ପୋଡି ପାଉଁଶ ହୋଇଯାଇଛି ।  ଚାରୋଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଛନ୍ତି ।  ତେବେ ଏହି ନିଆଁରେ ଲକ୍ଷାଧିଜ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.