ସୋରର ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ନିଆଁରେ ପୋଡି ହୋଇ ୩ ଗୁରୁତର

Published By : Prameya-News7 Bureau | March 08, 2021 IST

ସୋର ୦୮।୦୩: ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏପରିକି ୭ ଏକର ଜମିର ଧାନଜଳି ପୋଡି ନଷ୍ଟ ହୋଇଯାଇଛି ।

ସୋର ପୌରପାଳିକା ୧୯-ନମ୍ବର ୱାର୍ଡ କ୍ଷୀରକୋଣି ଗାଁରେ ଅଗ୍ନିକାଣ୍ଡ ଘଟି ବିକର୍ତ୍ତନ ମହାଳିକ, ପୁଅ ପ୍ରଶାନ୍ତ ଓ ଟୁକୁନାଙ୍କ ୫ ବଖରା ପୋଡି ପାଉଁସ ହୋଇଯାଇଛି । ନିଆଁ ଲାଗି ବିକର୍ତ୍ତନ, ତାଙ୍କ ପତ୍ନୀ ଲକ୍ଷ୍ମୀ ଓ ୧୦ ବର୍ଷର ନାତି ପୋଡି ଗୁରୁତର ହୋଇଛନ୍ତି । ଚଳିତ ବର୍ଷ ବିକର୍ତ୍ତନ ୭ ଏକର ଜମିରେ ଧାନ କରିଥିଲେ । ସେହି ଧାନ ମଧ୍ୟ ପୋଡି ଯାଇଛି। ନିଆଁର ପ୍ରଖର ଏତେ ଥିଲା ଯେ ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇପାରିନଥିଲା ।

ସେହିପରି ସୋର ବ୍ଲକ କୁଡେଇଁ ଗାଁରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା । ସୋର ଦମକଳ ବାହିନୀ ଘଟଣାସ୍ଥଳରେ ବିଳମ୍ବରେ ପହଂଚିଥିଲା । ଆଉ ଗାଁ ଲୋକେ ପୋଖରୀରୁ ପାଣି ବୋହି ଆଣି ନିଆଁକୁ ଆୟତ୍ତ କରିଥିଲେ । ଦମକଳ ବାହିନୀ ଆସିବା ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ନିଆଁ ଲାଗି କୁଡେଇଁ ଗାଁର ବିଜୟ ଦଳେଇଙ୍କ ଘର ଜଳି ଯାଇଛି । ବିଜୟଙ୍କ ୫ବଖରା ଘର ପୋଡି ଯାଇଛି । ନଗଦ ୧୨ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.