Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ରାତିଅଧରେ ଘରେ ଲାଗିଗଲା ନିଆଁ, ବର୍ତ୍ତିଗଲେ ତିନି ଜଣ

14/11/2022 at 1:33 PM

ଭଦ୍ରକ ୧୪।୧୦ : ରାତିଅଧରେ ହଠାତ୍‌ ଘରେ ଲାଗିଗଲା ନିଆଁ । ଦେଖୁ ଦେଖୁ ଜଳିପୋଡି ପାଉଁଶ ହୋଇଗଲା ତିନି ବଖରା ଘର । ଅଳ୍ପକେ ବର୍ତ୍ତିଲେ ତିନି ଜଣେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅସୁରା ଗାଁରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ପ୍ରହଲ୍ଲାଦ ମଲ୍ଲିକଙ୍କ ଘରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଘରେ ଥିବା ୩ଜଣ କୌଶଳ କ୍ରମେ ବାହାରକୁ ଆସିଥିଲେ । ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା । କିନ୍ତୁ ଜଳି ପୋଡି ପାଉଁଶ ହୋଇଯାଇଥିଲା ତିନି ବଖରା ଘର । ତେବେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଟଙ୍କା, ସୁନାଗହଣା ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଛି ବୋଲି ଅନୁମାନ କରାଯାଉଛି । ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

   Related Posts