ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ, DRDO ପକ୍ଷରୁ ସୂଚନା
8/06/2023 at 3:16 PM

ବାଲେଶ୍ବର ୦୮। ୦୬ : ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ । ଭଦ୍ରକ ସ୍ଥିତ ଅବ୍ଦୁଲ୍ କଲାମ ଦ୍ବୀପରୁ ଅତ୍ୟାଧୁନିକ ବାଲାଷ୍ଟିକ୍ ମିସାଇଲ ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷଣ କରାଯାଇଛି । ବୁଧବାର ରାତିରେ ପରୀକ୍ଷଣ କରାଯାଇଥିବା ନେଇ DRDO ( ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ) ପକ୍ଷରୁ ସୂଚନା ଦିଆଯାଇଛି ।
#DRDOUpdates | First Pre Induction night launch of New Generation Ballistic Missile Agni Prime was successfully conducted off the coast of Odisha on 07 June 2023. https://t.co/gdkZozarng#Atmanirbharbharat @DefenceMinIndia @SpokespersonMoD pic.twitter.com/26Zj2rBkON
— DRDO (@DRDO_India) June 8, 2023
ଖବର ଅନୁଯାୟୀ, ଅତ୍ୟାଧୁନିକ ମିସାଇଲ ଅଗ୍ନି ପ୍ରାଇମ୍ର ଲକ୍ଷ୍ୟ ଭେଦ କ୍ଷମତା ୧ ହଜାରରୁ ୨ ହଜାର ରହିଛି । ୩ ଥର ଟ୍ରାଏଲ ପରେ ପରୀକ୍ଷଣ ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଆଗାମୀ ଦିନରେ ଏହା ସହାୟକ ହେବା ସହିତ ସେନାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ । ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO ଓ ସଶସ୍ତ୍ର ବଳକୁ ଅଭିନନ୍ଦନ ଜଣାଇଛନ୍ତି ।