oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ପଞ୍ଜାବରେ ଅଗ୍ନିପଥ ଯୋଜନା ବିରୋଧରେ ଆଗତ ହେବ ପ୍ରସ୍ତାବ, ମୁଖ୍ୟମନ୍ତ୍ରୀ ମାନ କହିଲେ- ଯୁବ ପିଢିଙ୍କ ଭାବନା ସହ ଖେଳା ଯାଉଛି

28/06/2022 at 4:20 PM

ଚଣ୍ଡିଗଡ: ପଞ୍ଜାବରେ ଅଗ୍ନିପଥ ଯୋଜନାର ବିରୋଧ ଥମିବାର ନାଁ ନେଉ ନାହିଁ। ଏବେ ରାଜ୍ୟ ସରକାର ବି ଯୋଜନା ବିରୋଧରେ ପ୍ରସ୍ତାବ ଆଣିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ମଙ୍ଗଳବାର କହିଛନ୍ତି ଫଞ୍ଜାବ ବିଧାନସଭାରେ ଚଳିତ ମୌସୁମୀ ଅଧିବେଶନରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରସ୍ତାବ ଆଗତ କରାଯିବ। ଶାସକ ଆପ୍ ଦଳ ସହିତ ସ୍ଵର ମିଳାଇଛି ବିରୋଧୀ କଂଗ୍ରେସ। ପାର୍ଟିର ବିଧାୟକ ଦଳ ନେତା ପ୍ରତାପ ବାଜଓ୍ଵା କହିଛନ୍ତି ଯୋଜନା ବିରୋଧରେ ସର୍ବସମ୍ମତରେ ପ୍ରସ୍ତାବ ଅଣାଯିବା ଉଚିତ୍। ଅନ୍ୟପଟେ ବିଜେପି ବିଧାୟକ ଅଶ୍ଵିନୀ ଶର୍ମା ଏହାର ବିରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ସିଂହ କହିଛନ୍ତି ଏହା ବହୁତ ବିଡମ୍ବନାର ବିଷୟ ଯେ, କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ ଯୁବ ପିଢିଙ୍କ ଭାବନା ସହ ଖେଳୁଛନ୍ତି। ଯୁବକମାନେ କଠିନ ପରିଶ୍ରମ କରିବା ପରେ ସେନାରେ ନିଯୁକ୍ତି ପାଇଥାନ୍ତି। ୧୭ ବର୍ଷ ବୟସରେ ଜଣେ ଯୁବକ ସେନାରେ ଭର୍ତ୍ତି ହେବେ ଆଉ ୨୧ ବର୍ଷ ବେଳକୁ ଅବସର ନେବେ। ସେତେବେଳକୁ ତାର ବିବାହ ମଧ୍ୟ ହୋଇନଥିବ। ଚାରି ବର୍ଷ ଚାକିରି ପରେ କ୍ୟାଣ୍ଟିନରୁ ସେମାନଙ୍କୁ ସାମଗ୍ରୀ ଆଣିବାକୁ ମଧ୍ୟ ଅନୁମତି ମିଳିବନି। ସେନାରେ ଭର୍ତ୍ତି ହେଲେ ଜଣେ ୩୫ ବର୍ଷ ବୟସ ଯାଏ  ଚାକିରି କରିଥାଏ। କଣ ଯୁବକମାନେ ଏତେ ପରିଶ୍ରମ କରି ଚାରି ବର୍ଷ ପାଇଁ ସେନାରେ କଣ ନିଯୁକ୍ତି ପାଇବେ ବୋଲି ପ୍ରଶ୍ନ କରିଛନ୍ତି ଭଗଓ୍ଵନ୍ତ ମାନ।

ପଞ୍ଜାବରେ ବିରୋଧୀ ଦଳ ନେତା ପ୍ରତାପ ବାଜଓ୍ଵା କହିଛନ୍ତି, ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ଦଳ ବିରୋଧ କରିବା ଉଚିତ୍। ବିଧାନସଭାରେ ସର୍ବସମ୍ମତକ୍ରମେ ପ୍ରସ୍ତାବ ପାରିତ କରାଯାଉ। ବିଜେପି ବିଧାୟକ ଅଶ୍ଵିନ ଶର୍ମା କହିଛନ୍ତି, ଅଗ୍ନିପଥ ଯୋଜନାକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି। ଏହି ଯୋଜନା ଯୁବ ପିଢିଙ୍କ  ହିତ ପାଇଁ କରାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସେନାରେ ଚାରି ବର୍ଷିଆ ନିଯୁକ୍ତି ପ୍ରକ୍ରିୟାର ପ୍ରତିବାଦରେ ଦେଶବ୍ୟାପୀ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଏପରିକି ଅନେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ବିହାର ସମେତ ଅନେକ ରାଜ୍ୟରେ ଟ୍ରେନ ଭଙ୍ଗାରୁଜା ସହ ପୋଡାଯିବା ଘଟଣା ସାମ୍ନାକୁ ଆସିଥିଲା। ବିରୋଧ ସତ୍ତ୍ଵେ ଏହି ଯୋଜନା ପ୍ରତ୍ୟାହାର ହେବ ନାହିଁ ବୋଲି ସ୍ପଷ୍ଟ କରି ସାରିଛନ୍ତି କେନ୍ଦ୍ର ସରକାର। ଯେଉଁମାନେ ପ୍ରଦର୍ଶନରେ ସାମିଲ୍ ସେମାନଙ୍କୁ ସେନାରେ ନିଯୁକ୍ତି ମିଳିବ ନାହିଁ ବୋଲି ସେନା ସ୍ପଷ୍ଟ କରି ସାରିଛି।

   Related Posts