ପରୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ମନ୍ତ୍ରୀଙ୍କ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ
3/12/2020 at 11:57 AM

ରାଇରଙ୍ଗପୁର ୦୩।୧୩ : ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା । ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଇରଙ୍ଗପୁର ଶାଖାର କର୍ମଚାରୀମାନେ ଉପ-ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନୟାଗଡ଼ ପରୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଘଟଣାକୁ ନେଇ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହିପରିପେକ୍ଷୀରେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଇରଙ୍ଗପୁର ଶାଖାର କର୍ମଚାରୀମାନେ । ରାଜ୍ୟ ସରକାଙ୍କ ହାଏ ହାଏ , ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା, ପରୀକୁ ନ୍ୟାୟ ଦିନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ପରିସ୍ଥିତକୁ ଦେଖି ଅଫିସ ସମ୍ମୁଖରେ ଅଧିକ ପୋଲିସ ମୁତୟନ କରାଯାଇଛି ।