ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଟିକେଟ୍ ପ୍ରଦାନକୁ ନେଇ ଅସନ୍ତୋଷ ; ଆଜି ବି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଡିଛି ତାଲା

23/03/2019 at 11:15 AM

ଭୁବନେଶ୍ବର ୨୩।୩: ଆଜି ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ପଡ଼ିଛି। ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବି ଏଠାରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ଟିକେଟ ପାଇନଥିବା ଅମୀୟ ଦାସଙ୍କ ସମର୍ଥକମାନେ କାର୍ଯ୍ୟାଳୟରେ ତାଲା ପକାଇଥିବା ସୂଚନା ମିଳିଛି । ଗତକାଲି ମଧ୍ୟ ଟିକେଟ୍ କାଟିବାକୁ ନେଇ କାର୍ଯ୍ୟାଳୟରେ ତାଲା ପକାଇ ଦଳୀୟ କର୍ମୀମାନେ ହୋହଲ୍ଲା କରିଥିଲେ।

ସୂଚନାଯୋଗ୍ୟ ଯେ, ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଭୁବନେଶ୍ବର-ଏକାମ୍ର ବିଧାନସଭା ଆସନରେ ଗତଥରର ଦଳୀୟ ପ୍ରାର୍ଥୀ ଅମୀୟ ଦାସଙ୍କୁ ବାଦ୍ ଦିଆଯାଇଥିଲା । ଅମୀୟଙ୍କ ବଦଳରେ ନିକଟରେ ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ ସେହି ବିଧାନସଭାକ୍ଷେତ୍ରରେ ପ୍ରାର୍ଥୀ କରିଛି ଦଳ । ଏହା ଅନ୍ୟାୟ ଓ ଅଯୌକ୍ତିକ ବୋଲି ପ୍ରତିବାଦ କରି ଦଳର ପୁରୁଣା କର୍ମୀ ଅଭିଯୋଗ କରିଥିଲେ । ସେମାନେ ଦଳର ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ କାହାରିକୁ ଭିତରକୁ ଛାଡ଼ି ନଥିଲେ । ବାବୁ ସିଂହଙ୍କୁ ଏକାମ୍ର ଭୁବନେଶ୍ବରରୁ ବିଜେପି ପ୍ରାର୍ଥୀ କରିଥିବାରୁ ଏଠାରୁ ଆଶା ରଖିଥିବା ଅମୀୟ ଦାସ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

   Related Posts