ଟିକେଟ୍ ନମିଳିବାକୁ ନେଇ ବ୍ରହ୍ମପୁର ବିଜେପି କାର୍ଯ୍ୟାଳୟରେ ହୋ ହଲ୍ଲା
24/03/2019 at 6:49 PM

ବ୍ରହ୍ମପୁର ୨୪|୩ : ବିଜେପି ଦଳର ଟିକେଟ୍ ଘୋଷଣା ପରେ ବିଭିନ୍ନ ଅଞ୍ଚଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବ୍ରହ୍ମପୁର ବିଜେପି କାର୍ଯ୍ୟାଳୟରେ ମଧ୍ୟ ହୋହଲ୍ଲା ଦେଖିବାକୁ ମିଳିଥିଲା। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ଆଶାୟୀ ପ୍ରାର୍ଥୀ ଶ୍ରୀକାନ୍ତ ପାଢୀଙ୍କୁ ଦଳୀୟ ଟିକେଟ୍ ନ ମିଳିବା ପ୍ରତିବାଦରେ ହୋ ହାଲ୍ଲା କରିଛନ୍ତି ଦଳୀୟ କର୍ମୀ ।

ଦିଗପହଣ୍ଡିରୁ ଚଳିତ ଥର ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ଶ୍ରୀକାନ୍ତ । ମାତ୍ର ଦଳ ତାଙ୍କୁ ବାଦ୍ ଦେଇ ପିଙ୍କି ପ୍ରଧାନଙ୍କ ପ୍ରାର୍ଥୀ କରିଛି । ତେଣୁ ଶ୍ରୀକାନ୍ତଙ୍କ ସମର୍ଥକ ପିଙ୍କିଙ୍କୁ ବିରୋଧ କରିବା ସହ ବିଜେପି କାର୍ଯ୍ୟାଳୟରେ ପାଟିତୁଣ୍ଡ କରୁଛନ୍ତି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022