କାଲିଠୁ ପ୍ରତି ପଞ୍ଚାୟତରେ ପଦଯାତ୍ରା କରିବେ ଶିକ୍ଷକ ; ଆନ୍ଦୋଳନରେ ଛାତ୍ରଛାତ୍ରୀଙ୍କୁ କରିବେ ସାମିଲ

Published By : Prameya-News7 Bureau | September 16, 2018 IST

ଭୁବନେଶ୍ବର ୧୬|୯: ୩୧ଦିନରେ ପହଞ୍ଚିଲାଣି ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଧାରଣା । ସୋମବାରରୁ ପ୍ରତି ପଞ୍ଚାୟତରେ ପଦଯାତ୍ରା କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଏବଂ ସର୍ତ୍ତ ହଟାଇବା ଦାବିରେ ଲୋୟର ପିଏମ୍ ଜିରେ ଆନ୍ଦେ।ଳନ କରୁଛି ମଞ୍ଚ । ଆସନ୍ତା ସୋମବାରରୁ ବୁଧବାର ପର୍ଯ୍ୟନ୍ତ ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ସରକାର କିପରି ଶିକ୍ଷକ ଓ କର୍ମଚାରୀମାନଙ୍କୁ ପ୍ରତାରଣା କରିଛନ୍ତି ତାହା ପ୍ରଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ପଞ୍ଚାୟତରେ ଶିକ୍ଷକ, କର୍ମଚାରୀମାନେ ପଦଯାତ୍ରା କରି ଅଭିଭାବକଙ୍କ ନିକଟକୁ ଯିବେ । ସରକାର କିପରି ସେମାନଙ୍କୁ ପ୍ରତାରଣା ଦେଇଛନ୍ତି ତା’ର ଲିଫଲେଟ୍ ବି ବାଣ୍ଟିବେ । ଏହି ପଦଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଯିବ ବୋଲି ମିଳିତ ମଞ୍ଚ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.