ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିବ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ସଂଘ
4/09/2018 at 12:56 PM

ଭୁବନେଶ୍ବର ୪|୯: କାଲିଠୁ ଜେ।ରଦାର ଆନ୍ଦୋଳନ କରିବ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ସଂଘ । ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିବେ । ଗୁରୁଦିବସରେ ୬୦ ହଜାର ଶିକ୍ଷକ ମହାସମାବେଶ କରି ଶକ୍ତି ପ୍ରଦର୍ଶନ କରିବେ । ରାଜ୍ୟର ବିଭିନ୍ନ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ଏପରିକି ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଗଣଶିକ୍ଷା ବିଭାଗ ଏପର୍ଯ୍ୟନ୍ତି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦାବି ପୂରଣ କରିନଥିବା ଜଣାପଡ଼ିଛି। ତେଣୁ ସରକାରଙ୍କ ଅନ୍ୟାୟକୁ ବିରୋଧ କରି ଗୁରୁଦିବସ ଠାରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛି ସଂଘ। ସେହିପରି ୬ ତାରିଖରୁ ୬ହଜାରରୁ ଅଧିକ ବ୍ଲକଗ୍ରାଣ୍ଟ ସ୍କୁଲ କଲେଜ ବନ୍ଦ କରି ଧାରଣାରେ ବସିବେ । ଚଳିତ ବିଧାସଭାରେ ଲେ।ୟର ପିଏମଜିରେ ଗର୍ଜିବା ସହ ସମସ୍ତ ବିଧାୟକଙ୍କ ଘର ଘେରିବାକୁ ଧମକ ଦେଇଛି ସଂଘ । ସେହିଦିନ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ମଧ୍ୟ ଦରମା ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ଧାରଣ।ରେ ବସିବେ । ଆଜିକୁ ୧୯ ଦିନ ହେଲା ଆନ୍ଦେ।ଳନ କରୁଛନ୍ତି ଶିକ୍ଷକ ।