କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ

Published By : Prameya-News7 Bureau | November 26, 2022 IST

ଚାନ୍ଦବାଲି ୨୬/୧୧: ଚାନ୍ଦବାଲି ବ୍ଲକ ଧାମରା କଇଥଖୋଲା ବଜାରରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ରୁ ଉର୍ଦ୍ଧ୍ୱ ଦୋକାନ ଘର ସମ୍ପୂର୍ଣ ଜଳି ପାଉଁଶ ହୋଇ ଯାଇଛି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥବା ବେଳେ ଗ୍ରାମବାସୀମାନେ ବହୁ ଚେଷ୍ଟା କରି ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ । ନିଆଁ ଲାଗିବାର ୨୦ ମିନଟ ମଧ୍ୟରେ ଦୋକାନ ଘର ଗୁଡିକ ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି ।

କୌଣସି ଦୋକାନୀ ନିଜ ଦୋକାନ ମଧ୍ୟରୁ କିଛି ସାମଗ୍ରୀ କାଢି ପାରିନଥିଲେ । ନିଆଁ ଲାଗିବାର ବହୁ ସମୟ ପରେ ଅଗ୍ନିଶମ ବାହିନୀ ସେଠାରେ ପହଂଚି ଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଦୋକାନ ଗୁଡିକରେ ପଚାଶ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି ବୋଲି ଦୋକାନୀ ମାନେ ଅଭିଯୋଗ ଆଣିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.