ବୟସ୍କ ମହିଳାଙ୍କ ଭିଡିଓ ଭାଇରାଲ୍- ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ବାଇକର୍ଙ୍କୁ କଲେ ସାବାଡ୍
22/02/2020 at 5:04 PM

ପୁନେ – ପୁନେରେ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରି ଫୁଟଫାଥ୍ ଉପରେ ମଟର ସାଇକେଲ୍ ଚଳାଉଥିବା ଅନେକ ବାଇକର୍ଙ୍କୁ ଜଣେ ବୟସ୍କ ମହିଳା ସାବାଡ୍ କରିଛନ୍ତି। ଫୁଟପାଥ ବା ପାଦଚଲା ରାସ୍ତା କେବଳ ପଥଚାରୀଙ୍କ ପାଇଁ ହୋଇଥିବା ବେଳେ ଏହା ଉପରେ ଟ୍ରାଫିକ୍ ଭିଡ ସମୟରେ ଅନେକ ବାଇକ୍ ଚଳାଉଥିବା ବେଳେ କେତକସ୍ଥାନରେ ଅସ୍ଥାୟୀ ଦୋକାନ କରି ଏହାକୁ ବନ୍ଦ କରାଯାଇଥାଏ।
ପୁନେର ଏପରି ଅବ୍ୟବସ୍ଥାକୁ ଜଣେ ବୟସ୍କ ମହିଳା ଏକୁଟିଆ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ସେ ଫୁଟପାଥ୍ ଉପରେ ଛିଡା ହୋଇ ଏହା ଉପରେ ବେଆଇନ ଭାବେ ମଟର ସାଇକେଲ୍ ଚଳାଉଥିବା ବ୍ୟକ୍ତମାନଙ୍କୁ ବିରୋଧ କରିଥିଲେ । ତାଙ୍କ ଭୟରେ ଫୁଟପାଥ ଉପରୁ ଅନେକ ବାଇକ୍ ଚଲାଳୀ ଓହ୍ଲାଇ ପଡୁଥିବା ଦେଖିବାକୁ ମିଳିଥିଲା ।
ଜଣେ ସାମ୍ବାଦିକ ଏହାର ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଏହାକୁ ପ୍ରବଳ ମାତ୍ରାରେ ସେୟାର କରିବା ସହ ଲୋକମାନେ ମହିଳାଙ୍କର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।