ସ୍କୁଲ୍‌ ଯିବା ବୟସରେ ଆରମ୍ଭ କଲେ ବ୍ୟବସାୟ, ୧୭ବର୍ଷ ବୟସରେ ହେଲେ କୋଟିକୋଟି ଟଙ୍କାର ମାଲିକ

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ ୨୭।୧୧: ଯେତେବେଳେ ପିଲାମାନଙ୍କର ସ୍କୁଲ୍‌ ଯିବାର ବୟସ ହୋଇଥାଏ ସେତେବେଳେ ସେ ଆରମ୍ଭ କରିଥିଲେ ବ୍ୟବସାୟ । ନିଜର ପରିଶ୍ରମ ବଳରେ ସେ ଏପରି କିଛି କରିଛନ୍ତି ଯାହାକୁ ଦେଖି ଲୋକମାନେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । କମ୍‌ ବୟସରେ ସେ ପାଲଟିଛନ୍ତି ୧୦୦କୋଟି କମ୍ପାନୀର ମାଲିକ ।

{"id":875337,"sizeSlug":"full","linkDestination":"none"}

 ଏ ହେଉଛନ୍ତି ତିଲକ୍‌ ମେହତା । ସେ ଏବେ ପେପର୍‌ ଏନ୍‌ ପାର୍ସଲର ଫାଉଣ୍ଡର ଅଟନ୍ତି । ଏହି କମ୍ପାନୀ ଏକ ଅନ୍‌ଲାଇନ୍‌ ପ୍ଲାଟଫର୍ମ । ଯାହା ଡୋର ଷ୍ଟେପ୍‌ ସର୍ଭିସ୍‌ ଦେଇଥାଏ । ଅର୍ଥାତ୍ ଏହି କମ୍ପାନୀ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ପାଖରେ ପାର୍ସଲ୍‌ ପହଞ୍ଚାଇଥାଏ । କମ୍ପାନୀ ପାଖରେ ଏକ ବଡ ଟିମ୍‌ ମଧ୍ୟ ରହିଛି । କମ୍ପାନୀ ମୋବାଇଲ୍‌ ଆପ ଜରିଆରେ ଲୋକଙ୍କୁ ଡୋର୍‌ଷ୍ଟେପ୍‌ର ସର୍ଭିସ୍‌ ଦେଇଥାଏ ।  ଖାସ୍‌ କଥା ହେଉଛି କମ୍ପାନୀର କର୍ମଚାରୀ ଦିନକୁ ହଜାର ହଜାର ପାର୍ସଲ ଡେଲିଭରି କରିଥାନ୍ତି । ଆଉ ଏଥିପାଇଁ ନେଇଥାନ୍ତି ମାତ୍ର ୪୦ରୁ ୧୮୦ ଟଙ୍କା ।

{"id":875333,"sizeSlug":"full","linkDestination":"none"}

 ମୁମ୍ବାଇର ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ  । ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେତେବେଳେ ସେ କିଛି କାମ ତାଙ୍କ ମାମୁଁଙ୍କ ଘରକୁ ଯାଇଥିଲି । କିନ୍ତୁ ସେଠାରେ ତାଙ୍କର ସ୍କୁଲ ବହି ଭୁଲି ଯାଇଥିଲେ । ଆଉ ତା ପରଦିନ ହିଁ ତାଙ୍କର ଥିଲା ପରୀକ୍ଷା । ସେ ତାଙ୍କ ପିତାଙ୍କୁ ପଚାରିଥିଲେ କି କୌଣସି କୋରିଅର କମ୍ପାନୀ ଅଛି, ଯିଏକି ଗୋଟିଏ ଦିନରେ ତାଙ୍କ ବହି ପହଞ୍ଚାଇ ପାରିବ । କିନ୍ତୁ ସେମାନଙ୍କୁ ମିଳିନଥିଲା ଏପରି କୌଣସି କମ୍ପାନୀ ।

{"id":875334,"width":840,"height":630,"sizeSlug":"full","linkDestination":"none"}

 ଆଉ ଏହିଠାରୁ ହିଁ ଆସିଥିଲା ବିଜନେସ୍‌ର ଆଇଡିଆ । ସେ ୨୪ ଘଣ୍ଟାରେ କ୍ୟୁରିୟର ପହଞ୍ଚାଇବାର ଏକ କ୍ୟୁରିୟର କମ୍ପାନୀ ଆରମ୍ଭ କରିବାକୁ ତାଙ୍କ ପିତାଙ୍କୁ କହିଥିଲେ । ପିତା ତାଙ୍କୁ ବିଜନେସ୍‌ ଷ୍ଟାର୍ଟ କରିବା ପାଇଁ ଦେଇଥିଲେ ପ୍ରାରମ୍ଭିକ ଟଙ୍କା । ଏହାପରେ ତିଲକଙ୍କ ସାଥ୍ ଦେଇଥିଲେ ତାଙ୍କ ମାମୁଁ ଘନଶ୍ୟାମ ପାରେଖ । ସେ ଜଣେ ବ୍ୟାଙ୍କ୍‌ କର୍ମଚାରୀ । କିନ୍ତୁ ସେ ବିଜନେସ୍‌ ପାଇଁ ଚାକିରୀ ଛାଡି ଆରମ୍ଭ କରିଥିଲେ ବ୍ୟବସାୟ । ସେ ଏକାଠି ପେପର ଏନ ପାର୍ସଲ ନାମକ ଏକ କ୍ୟୁରିଅର୍ ସେବା ଆରମ୍ଭ କରିଥିଲେ ।

{"id":875335,"sizeSlug":"large","linkDestination":"none"}

ପେପର ଏନ୍‌ ପାର୍ସଲ ଲଞ୍ଚ କରିବା ପୂର୍ବରୁ ତିଲକ ପ୍ରାୟ ୮ ମାସ ଯାଏଁ ମୁମ୍ବାଇରେ କ୍ୟୁରିଅର କମ୍ପାନୀ ଉପରେ ରିସର୍ଚ୍ଚ କରିଥିଲେ । ଆଉ ସେ ଜାଣିବାକୁ ପାଇଥିଲେ ଯେ କେବଳ ଡବାବାଲାଙ୍କ ବ୍ୟତୀତ ମୁମ୍ବାଇର ଅନ୍ୟ କୌଣସି କମ୍ପାନୀ ଏପରି ଦ୍ରୁତ ସେବା ଯୋଗାଉ ନାହିଁ। କମ୍ପାନୀ ଆରମ୍ଭର କିଛି ଦିନପରେ ତାଙ୍କ ସହ ଯୋଡି ହୋଇଥିଲେ ୩୦୦ରୁ ଅଧିକ ଡବାବାଲା ।

{"id":875336,"width":842,"height":755,"sizeSlug":"full","linkDestination":"none"}

ତେବେ ୨୦୦୬ ମସିହାରେ ଗୁଜୁରାଟରେ ଜନ୍ମ ହୋଇଥିବା ତିଲକଙ୍କ ପିତା ବିଶାଲ ମେହେଟ୍ଟା ଏକ ଲଜିଷ୍ଟିକ୍ କମ୍ପାନୀ ସହିତ ଜଡିତ । ତାଙ୍କ ମା କାଜଲ ମେହେଟ୍ଟା ଜଣେ ଗୃହିଣୀ । ତାଙ୍କର ଏକ ଭଉଣୀ ମଧ୍ୟ ଅଛନ୍ତି। ତିଲକ ତାଙ୍କ ପାଠପଢା ସହିତ ବ୍ୟବସାୟ ମଧ୍ୟ କରିଥାନ୍ତି । ତାଙ୍କ କମ୍ପାନୀ ଏବେ ୨୦୦ ଲୋକଙ୍କୁ ଯୋଗାଉଛି ରୋଜଗାର । ଏହି ଅଳ୍ପ ବୟସ୍କ ଯୁବକ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ ।

You Can Read:

wp:embed {"url":"https://www.prameyanews7.com/new-nostradamus-prediction-prince-harry-attacked-in-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/new-nostradamus-prediction-prince-harry-attacked-in-2024/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.