suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗର୍ଲଫ୍ରେଣ୍ଡ ସୁହାନାକୁ ଫ୍ଲାଇଂ କିସ୍‌ ଦେଲେ ବିଗ୍‌ ବିଙ୍କ ନାତି ଅଗସ୍ତ୍ୟ, ପାର୍ଟିରେ ନଜର ଆସିଲା ସ୍ପେଶାଲ୍‌ କେମେଷ୍ଟ୍ରି

1/04/2023 at 12:20 PM

ମୁମ୍ଵାଇ ୦୧।୦୪: ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା । ଶାହରୁଖଙ୍କ ଲାଡଲୀ ସୁହାନା ଖାନ। ଦୁହିଁଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା। ହେଲେ ନିକଟରେ ଉଭୟଙ୍କୁ ଏକ ପାର୍ଟୀରେ ଦେଖିବାକୁ ମିଳିଥିଲା ​​। ଏହି ସମୟରେ ସେମାନଙ୍କର କେମେଷ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷ କରିଛି।  ଯାହାକୁ ନେଇ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି।

୨୮ ମାର୍ଚ୍ଚ ୨୦୨୩  ଅହାନ୍ ଶେଟ୍ଟୀଙ୍କ ଗର୍ଲଫ୍ରେଣ୍ଡ ତାନିଆ ଶ୍ରଫ୍ ତାଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ । ପାର୍ଟିରେ ଅଗସ୍ତ୍ୟ ନନ୍ଦା, ସୁହାନା ଖାନ, ଖୁସୀ କପୁର, ଆର୍ଯ୍ୟନ ଖାନ ଏବଂ ଶନାୟା କପୁରଙ୍କ ସମେତ ଅନେକ ଷ୍ଟାର କିଡ୍‌ ନଜର ଆସିଥିଲେ। ତେବେ ପାର୍ଟିରେ ଯାହା ଆମ ଦୃଷ୍ଟି ଆକର୍ଷଣ କରିଥିଲା ​​ତାହା ହେଲା ଅଗସ୍ତ୍ୟ ନନ୍ଦା ଏବଂ ସୁହାନା ଖାନ। ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ଭିଡିଓରେ ଅଗସ୍ତ୍ୟ ସୁହାନାକୁ ବାହାରକୁ ଛାଡିବାକୁ ଯାଇଥିଲେ।  ସୁହାନା ତାନିଆଙ୍କ ସହ ହାତ ହଲାଇ ହସି ​​ହସି ତାଙ୍କ କାରକୁ ବସିବା ବେଳେ ଅଗସ୍ତ୍ୟ ସେହି ସମୟରେ ସୁହାନାଙ୍କୁ ଫ୍ଲାଇଂ କିସ୍‌ ଦେଇଥିଲେ। ତା’ପରେ ସୁହାନା ତାଙ୍କ କାରର ଡୋର ବନ୍ଦ କରି ଚାଲି ଯାଆନ୍ତି।

କହିବାକୁ ଗଲେ ଏହି ବର୍ଷ ଆରମ୍ଭରେ ଏକ ସୋର୍ସ ସୁହାନା ଏବଂ ଅଗସ୍ତ୍ୟଙ୍କ ସଂପର୍କରେ ଥିବା ନେଇ ନିଶ୍ଚିତ କରିଥିଲେ।  ସୂତ୍ରରୁ ପ୍ରକାଶ ଯେ, ଅଗସ୍ତ୍ୟ ସୁହାନାଙ୍କୁ ପରିବାରର ସମସ୍ତ ସଦସ୍ୟଙ୍କୁ ତାଙ୍କ ସାଙ୍ଗ ଭାବରେ ପରିଚିତ କରାଇଥିଲେ। ଶୁଣିବାକୁ ମିଳିଥିଲା କି ଅଗସ୍ତ୍ୟଙ୍କ ପରିବାରରୁ ସୁହାନାଙ୍କୁ ଗ୍ରୀନ୍‌ ସିଙ୍ଗନାଲ ମିଳିଯାଇଛି।

   Related Posts