scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେପି କର୍ମୀଙ୍କ ଆକ୍ରମଣରେ ଗୁରୁତର ହେଲେ ଅଗରତାଲା ବିଧାୟକ; ଭାଷଣ ଦେବାବେଳେ ହେଲା ପଥର ମାଡ଼

12/08/2022 at 10:45 PM

ଅଗରତାଲା ୧୧/୦୮: ପୂର୍ବତନ ବିଜେପି ନେତା ତଥା ବର୍ତ୍ତମାନର ଅଗରତାଲା ବିଧାୟକ ସୁଦୀପ ରୟ ବର୍ମନ ଗୁରୁବାର ବିଜେପି ସମର୍ଥକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଆଠ ନମ୍ୱର ଜାତୀୟ ରାଜପଥ ଅନ୍ତର୍ଗତ ପୂର୍ବ ଅଗରତାଲାର ରାନିରବଜାର ଥାନା ଅଞ୍ଚଳରେ ଏକ ଜନସଭାକୁ ସମ୍ୱୋଧିତ କରିବା ବେଳେ ପୋଲିସ ଉପସ୍ଥିତିରେ ଏପରି ଘଟଣା ଘଟିଛି। ତାଙ୍କୁ ଏବେ ଅଗରତାଲା ସରକାରୀ ଚିକିତ୍ସା ମହାବିଦ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  

ପୋଲିସ ପକ୍ଷରୁ ଅନୁମତି ମିଳିନଥିବା ଶୋଭାଯାତ୍ରାରେ କିଛି ଅଜ୍ଞାତ ବ୍ୟକ୍ତିମାନେ ସୁଦୀପ ଓ ତାଙ୍କ ଗାଡ଼ି ଉପରକୁ ଖାଲି ବୋତଲ ଫିଙ୍ଗିଥିଲେ। ଫଳରେ ବର୍ମନଙ୍କ ଗାଡ଼ି କ୍ଷତିଗ୍ରସ୍ତ ହେବା ସହିତ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି।  କଂଗ୍ରେସ ନେତା ଆଶିଷ ସାହା କହିଛନ୍ତି ରାନିରବଜାରରେ ଥିବା ଘୋରମରା ବ୍ରିଜରେ ଅଗଷ୍ଟ ୧୧ରେ କଂଗ୍ରେସର ଏକ କାର୍ଯ୍ୟକ୍ରମ କରିବା ପାଇଁ ପୋଲିସ ପାଖରେ ଆବେଦନ କରିଥିଲେ କିନ୍ତୁ ପୋଲିସ ଅନୁମତି ଦେଇନଥିଲା।   

ଫଳରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବୀରଜିତ ସିହ୍ନା ଅନ୍ୟ କଂଗ୍ରେସ ନେତାମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେମାନଙ୍କୁ ପୋଲିସ କହିଥିଲାଯେ କଂଗ୍ରେସର କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ ନାହିଁ କାରଣ ଭାରତୀୟ ଜନତା ପାର୍ଟି (ବିଜେପି) ସେଠାରେ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ନେଇଛି।

ଆଶିଷ ଶାହା କହିଥିଲେକି କଂଗ୍ରେସ ନେତାମାନେ ପ୍ରଥମରୁ କାର୍ଯ୍ୟକ୍ରମର ଅନୁମତି ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ କାହିଁକି ଅନୁମତି ଦିଆଗଲା ନାହିଁ। ପ୍ରଦୀପ ରୟଙ୍କୁ ବର୍ମନଙ୍କୁ ଅଳ୍ପ କିଛି ବିଜେପି କର୍ମୀ ପଥର ଫିଙ୍ଗି ଘଟଣା ସ୍ଥଳରୁ ଚାଲିଯାଇଥିଲେ। ଏଥିରେ ୧୦ କଂଗ୍ରେସ କର୍ମୀ ମଧ୍ୟ ଏହି ପଥର ମାଡ଼ର ଶୀକାର ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଶାହା ଆହୁରି କହଛନ୍ତିଯେ ସୁଦୀପ ରାୟ ବର୍ମନ ଉପସ୍ଥିତ ଜନ ସଭାକୁ ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ବିଜେପି ସମର୍ଥକମାନେ ପୋଲିସ ଉପସ୍ଥିତିରେ ତାଙ୍କ ଉପରକୁ ପଥର ମାଡ଼ କରିଥିଲେ। ବିଜେପିରୁ ବାହାରି କଂଗ୍ରେସରେ ମିଶିବା ପରେ ଏହା ସୁଦୀପ ବର୍ମନଙ୍କ ଉପରେ ଚତୁର୍ଥ ଆକ୍ରମଣ ବୋଲି ଜଣାପଡ଼ିଛି।

   Related Posts