ଆରମ୍ଭ ହେଲା ଆଗରପଡା ଯୁବ ମହୋତ୍ସବ, ସାତ ଦିନ ଧରି ଚାଲିବ ଏହି ଉତ୍ସବ
27/12/2022 at 11:17 AM

ଭଦ୍ରକ ୨୭।୧୨ : ଆରମ୍ଭ ହେଲା ଆଗରପଡା ଯୁବ ମହୋତ୍ସବ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ଠାରେ ଏହି ମହୋତ୍ସବ ସାତ ଦିନ ଧରି ଆୟୋଜିତ ହେବ । ଆଗରପଡା ଅଞ୍ଚଳର ଯୁବକ ମାନେ ଏକଜୁଟ ହୋଇ ଏହି ମହୋତ୍ସବ ଆୟୋଜନ କରିଛନ୍ତି ।
ତେବେ ଏହି ଆଗରପଡ଼ା ମହୋତ୍ସବରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ୍ କରିଛନ୍ତି । ଏହାସହ ସହିଦ ଭଗତ ସେନାର ଆବାହକ ସିତଅଂଶୁ ଶେଖର ମହାପାତ୍ରଙ୍କ ସହ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଛନ୍ତି । ଏହି ମହୋତ୍ସବ ସାତ ଦିନ ଧରି ଆୟୋଜିତ ହେବା ସହ ପ୍ରତ୍ୟକ ଦିନ ବିଭିନ୍ନ ଅଭିନେତା , ଅଭିନେତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେବେ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନ ପାଇଁ ମୀନା ବଜାରର ଆୟୋଜନ ହୋଇଛି। ବିଭିନ୍ନ ପ୍ରକାରର ଦୋକାନ ବଜାରର ପସରା ମେଳିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023