ବାପାଙ୍କର ଇଚ୍ଛା ଥିଲା ପୁଅ ହେଉ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କିନ୍ତୁ ପୁଅ ବାଛିଲେ ଭିନ୍ନ ରାସ୍ତା...

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ ୩୦।୦୫ : ବାପାଙ୍କର ଇଚ୍ଛା ଥିଲା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପଢାଇବାକୁ, କିନ୍ତୁ ୨୨ ବର୍ଷରେ ପୁଅଙ୍କର ମନ ଢଳିଥିଲା ବ୍ୟବସାୟ ଆଡକୁ । ନା ଥିଲା ଅଭିଜ୍ଞତା, ନା ଥିଲେ କୌଣସି ବ୍ୟବସାୟିକ ପରିବାରର । ମାତ୍ର ୨୨ ବର୍ଷରେ ଆରମ୍ଭ କରିଥିଲେ ବ୍ୟବସାୟ । ଆଉ କିଏ ବା ଜାଣିଥିଲା ଏହି ଆରମ୍ଭ ତାଙ୍କୁ କରିଦେବ କୋଟିପତି । ସେ ମାତ୍ର ୪ ବର୍ଷରେ ହାତେଇଥିଲେ ସଫଳତା । ଆଉ ହୋଇଯାଇଥିଲେ ୬୦୦ କୋଟି କମ୍ପାନୀର ମାଲିକ ।

{"id":794895,"width":839,"height":519,"sizeSlug":"full","linkDestination":"none"}

ଏ ହେଉଛନ୍ତି ସାଗର ଗୁପ୍ତା । ଦିଲ୍ଲୀ ନୋଏଡାରେ ରୁହନ୍ତି । ମାତ୍ର ୨୬ ବର୍ଷ ବୟସରେ ହୋଇଛନ୍ତି କୋଟିପତି । ୪ ବର୍ଷର କଠିନ ପରିଶ୍ରମରେ ଛିଡା କରିଛନ୍ତି ୬୦୦ କୋଟିର କମ୍ପାନୀ । ସାଗର ଜଣେ ଯୁବ ଉଦ୍ୟୋଗୀ । ଯିଏକି ତାଙ୍କ ପିତାଙ୍କ ସହିତ ମିଶି ଗଠନ କରିଛନ୍ତି ବ୍ୟବସାୟିକ ସାମ୍ରାଜ୍ୟ । ବାପା ଚାହୁଁଥିଲେ ସାଗର ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ହୁଅନ୍ତୁ । ଏଥିପାଇଁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀ ରାମ କଲେଜ ଅଫ୍ କମର୍ସରୁ ହାସଲ କରିଥିଲେ ବି.କମ୍ ଡିଗ୍ରୀ । ସାଗର ମଧ୍ୟ CA ପ୍ରସ୍ତୁତି ପାଇଁ ଆରମ୍ଭ କରିଥିଲେ କୋଚିଂ ନେବା ।

{"id":794897,"width":839,"height":1248,"sizeSlug":"full","linkDestination":"none"}

 କିନ୍ତୁ ୨୦୧୭ରେ ତାଙ୍କ ଜୀବନରେ ଆସିଥିଲା ଟର୍ଣ୍ଣଂ ପଏଣ୍ଟ  । ଆଉ ସେବେ ହିଁ ବ୍ୟବସାୟ ଦୁନିଆରେ ପ୍ରବେଶ କରିବାକୁ କରିଥିଲେ ମନସ୍ଥ । ପାଠପଢା ସରିବା ପରେ ବାପାଙ୍କ ସହ ଏଲଇଡି ଟିଭି ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ନେଇଥିଲେ ନିଷ୍ପତ୍ତି । ପିତା ୩ ଦଶନ୍ଧି ଧରି ସେମିକଣ୍ଡକ୍ଟର କାରବାରରେ କରୁଥିଲେ । ଆଉ ବାପାଙ୍କ ଅଭିଜ୍ଞତା ହିଁ ସାଗରଙ୍କର ପାଲଟିଥିଲା ସାହାସ ।

You Can Read:

wp:embed {"url":"https://www.prameyanews7.com/argil-martyr-s-son-prajwal-joins-ima-for-fullfill-his-father-s-dream-to-become-an-officer/","type":"wp-embed","providerNameSlug":"prameya-news-7"}
https://www.prameyanews7.com/argil-martyr-s-son-prajwal-joins-ima-for-fullfill-his-father-s-dream-to-become-an-officer/
/wp:embed

ସାଗର ୨୦୧୮ରେ ଆରମ୍ଭ କରିଥିଲେ ଏକ୍କା ନାମକ ଏକ ଇଲେକ୍ଟ୍ରୋନିକ୍ସ କମ୍ପାନୀ । ଏହି କମ୍ପାନୀ LCD, LED ଏବଂ ହାଇ ଏଣ୍ଡ ଟିଭି ଉତ୍ପାଦନ କରେ । ଯେତେବେଳେ ସାଗର ଏହାର ପ୍ରଥମ ୟୁନିଟ୍ ସ୍ଥାପନ କରିଥିଲେ, ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୨୨ ବର୍ଷ । ସେ କମ୍ପାନୀର ହୋଇଥିଲେ ସହ-ପ୍ରତିଷ୍ଠାତା । ୨୦୧୯ରେ ନୋଏଡା ଠାରେ ତାଙ୍କ କମ୍ପାନୀ ଏକ୍କା ଇଲେକ୍ଟ୍ରୋନିକ୍ସ ଏକ ନୂତନ ୟୁନିଟ୍ ଲଞ୍ଚ କରିଥିଲା । ଆଉ ଧୀରେ ଧୀରେ ସାଗର ସାମସଙ୍ଗ୍, ତୋଶିବା ଏବଂ ସୋନି ପରି ବ୍ରାଣ୍ଡେଡ୍ କମ୍ପାନୀଗୁଡିକ ପାଇଁ ଆରମ୍ଭ କଲେ ଏଲଇଡି ଟିଭି ଉତ୍ପାଦନ ।

{"id":794896,"width":839,"height":629,"sizeSlug":"full","linkDestination":"none"}

ସାଗରଙ୍କ କମ୍ପାନୀ ଆଜି ୧୦୦ରୁ ଅଧିକ କମ୍ପାନୀକୁ ଉତ୍ପାଦ ଯୋଗାଏ । ୨୪ ଇଞ୍ଚରୁ ୪୦ ଇଞ୍ଚ ପର୍ଯ୍ୟନ୍ତ ଏଲଇଡି ଟିଭି ତିଆରି କରିବାରେ ଏହା ଦେଶର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ରହିଛି । ଏକ୍କା ଇଲେକ୍ଟ୍ରୋନିକ୍ସ ପ୍ରତି ମାସରେ ୧ ଲକ୍ଷରୁ ଅଧିକ ଟିଭି ଉତ୍ପାଦନ କରେ । ଏବେ ତାଙ୍କ କମ୍ପାନୀରେ କାମ କରୁଛନ୍ତି ୧ହଜାରରୁ ଅଧିକ କର୍ମଚାରୀ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.