ଜମି ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ପଡିଲେ ଧରା

Published By : Prameya-News7 Bureau | March 04, 2024 IST

ବଲାଙ୍ଗିର ୦୪।୦୩ : ଭିଜିଲାନ୍ସ ଜାଲରେ ଅମିନ । ଲାଞ୍ଚ ନେଇ ଧରିପଡିଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲର ଅମିନ ସଦାନନ୍ଦ ସାହୁ । ଏହାପରେ ଦୁଇଟି ଠିକଣାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

wp:embed {"url":"https://www.prameyanews7.com/vigilance-arrests-dabugoan-asi-while-taking-bribe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-arrests-dabugoan-asi-while-taking-bribe/
/wp:embed

ଖବର ଅନୁଯାୟୀ, ଜମି ପଟ୍ଟା କରାଇଦେବାକୁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ନେଉଥିଲେ । ଏନେଇ ଭିଜିଲାନ୍ସ ଜାଣିବା ପରେ କରିଥିଲା ଚଢାଉ । ଏହି ଚଢାଉରେ ଲାଞ୍ଚ ନେଇ ଧରାଡିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ ଅମିନ ସଦାନନ୍ଦ ସାହୁ ।

ତେବେ କେତେ ଟଙ୍କା ଲାଞ୍ଚ ନେଇ ନେଉଥିଲେ । ସେନେଇ କୌଣସି ତଥ୍ୟ ଜଣାପଡିନାହିଁ । ସେପଟେ ଆଗଲପୁର ତହସିଲ ଅମିନ ସଦାନନ୍ଦ ସାହୁଙ୍କ ଦୁଇଟି ଠିକଣାରେ ଚଢାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ଅନେକ ତଥ୍ୟ ମିଳିବା ଆଶା ରଖିଛି ଭିଜିଲାନ୍ସ ।

wp:embed {"url":"https://www.prameyanews7.com/three-leader-joins-the-saffron-party/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-leader-joins-the-saffron-party/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.