ନୂଆପଡାରେ ପୁଣି ବାଘ ଭୟ, ଦୁଇ ଛୁଆକୁ ନେଇ ଯାଉଥିବା ଦେଖି ଲୋକେ ଭୟଭୀତ

Published By : Prameya-News7 Bureau | December 02, 2023 IST

ନୂଆପଡା ୨।୧୨: ନୂଆପଡା ଜିଲ୍ଲାରେ ପୁଣି ବାଘ ଭୟ । ବାଘ ରାସ୍ତା ପାରି ହେଉ ଥିବାର ଭିଡ଼ିଓ ହେଲା ଭାଇରାଲ । ଦୁଇ ବାଘ ଛୁଆକୁ ନେଇ ଯାଉଥିବା ବେଳେ ଲୋକେ ଦେଖି ଭୟଭୀତ । ଧରମବନ୍ଧା ଥାନା କଟିଙ୍ଗ ପାଣି ଓ ଲୋଡ୍ରା ମଝି ସୁନାବେଡା ଅଭୟାରଣ୍ୟର ଘଟଣା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ କଟିଙ୍ଗପାଣି ଗାଁର କିଛି ଚାଷୀ ଟ୍ରାକ୍ଟର ଯୋଗେ ମଣ୍ଡିକୁ ଧାନ ନେଇ ଆସୁଥିବା ବେଳେ ରାସ୍ତାରେ ଏକ ବାଘକୁ ଦେଖିଥିଲେ । ଭିଡ଼ିଓ କରିବା ସମୟରେ ବାଘଟି ରାସ୍ତା ପାରି ହୋଇ ଯାଇଥିଲା । କିନ୍ତୁ ପଛରେ ଦୁଇଟି ବାଘ ଛୁଆ ଆସୁଥିବା ଦେଖି ନିଜ ମୋବାଇଲରେ ଭିଡ଼ିଓ କରିଥିଲେ । ଯାହାର ସ୍ପଷ୍ଟ ଚିତ୍ର କ୍ୟାମେରାରେ କଏଦ ହୋଇଛି । ଏହାପରେ ସେଇ ରାସ୍ତା ଜନଶୂନ୍ୟ ହୋଇ ଯାଇଛି । ବନ ବିଭାଗ ଘଟଣା ଉପରେ ନଜର ରଖିଥିବା ସୂଚନା ଦେଇଛି । ଦୁଇ ଦିନ ତଳେ ଅମାନାରା ସେକ୍ସନ କୁକୁରାତାଳ ଗାଁ ମୁଣ୍ଡ ପାହାଡ଼ ଉପରେ ବାଘ ବସିଥିବା ଭିଡ଼ିଓ କ୍ୟାମେରାରେ କଏଦ ହୋଇଥିଲା । ତେବେ ଏହା ପରେ ଅଂଚଳରେ ଏକାଧିକ ବାଘ ବୁଲୁଥିବା ସ୍ପଷ୍ଟ ହେଉଛି ।

ସେପଟେ ଡିଏଫଓ କହିଛନ୍ତି, ସାଞ୍ଚୁରୀ ଭିତରେ ବାଘ ରହିବ । କିନ୍ତୁ ଲୋକେ ସାଞ୍ଚୁରୀ ଭିତରେ ଘର କରି ରହୁଛନ୍ତି, ଯାହା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ସ୍ପଷ୍ଟ ହୋଇଛି ଏହା କଲରାପତରିଆ ବାଘ । ଯାହା ପାଇଁ ତାର ସ୍ଥିତ ପରଖିବା ପାଇଁ ବିଭାଗ ତରଫରୁ କ୍ୟାମେରା ଲଗାଯାଇଛି । ବାଘର ସଂଖ୍ୟା ଅଧିକ ଅଛି ଜଣାପଡୁଛି । ଲୋକଙ୍କ ସହ ବାନ୍ୟଜନ୍ତୁର କିଭଳି ସୁରକ୍ଷା ହେବ ସେ ନେଇ ଆମେ ଧ୍ୟାନ ଦେଉଛୁ ।

You Can Read :

wp:embed {"url":"https://www.prameyanews7.com/tiegr-terror-in-the-rayagada-kandhamal-border-incident/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tiegr-terror-in-the-rayagada-kandhamal-border-incident/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.