oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ରାଜଧାନୀରେ ପୁଣି ଗର୍ଜିଲା ଡ୍ରାଇଭର ମହାସଂଘ, ଆସନ୍ତାକାଲି ଠାରୁ ଷ୍ଟିୟରିଂ ଛାଡ଼ ଡାକରା ଦେଲେ ସମ୍ପାଦକଙ୍କ ଗୋଷ୍ଠୀ, ସାଲିସ୍ କଲେ ସଭାପତି

18/04/2022 at 8:45 PM

ଭୁବନେଶ୍ଵର ୧୮।୦୪: ରାଜଧାନୀରେ ପୁଣି ଗର୍ଜିଲା ଓଡ଼ିଶା ଡ୍ରାଇଭର ମହାସଂଘ । ୧୧ଦଫା ଦାବି ପୂରଣ ନେଇ ହଲ୍ଲାବୋଲ । ସରକାର ୩ ମାସ ସମୟ ମାଗିଲେ । ହେଲେ ସଂଘ ଭିତରେ ଥମିଲାନି ଅସନ୍ତୋଷ । ଧାରଣାରୁ ହଟିବା ପରେ ଡ୍ରାଇଭର ସଂଘ ଭିତରେ ଫାଟ ସୃଷ୍ଟି ହୋଇଛି । ଆସନ୍ତାକାଲି ଠାରୁ ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ସଂଘ ସମ୍ପାଦକଙ୍କ  ଗୋଷ୍ଠୀ । ସଂଘ ସଭାପତିଙ୍କ ଗୋଷ୍ଠୀ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ ବି ସଂମ୍ପାଦକଙ୍କ ଗୋଷ୍ଠୀ କିନ୍ତୁ ମାନିବାକୁ ନାରାଜ୍ ।  ସେପଟେ ପରିବହନ, ଅର୍ଥ, ଶ୍ରମ ଓ ଗୃହ ବିଭାଗକୁ ନେଇ ମିଳିତ ଭାବେ ଏକ କମିଟି ଗଠନ କରି ଡ୍ରାଇଭରମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ପ୍ରତିବାଦ । ଗର୍ଜନ । ହୋ-ହଲ୍ଲା । ଆଲୋଚନା । ପୁଣି ସଂଘରେ ଫାଟ । ଆଜି ଓଡ଼ିଶା ଡ୍ରାଇଭର ମହାସଂଘର ପ୍ରତିବାଦ ରାଲିରେ ଦୁଲୁକିଥିଲା ରାଜଧାନୀ  ଭୁବନେଶ୍ବର । ବାଣୀବିହାରରୁ ରାଜମହଲ । ଆଚାର୍ଯ୍ୟ ବିହାରରୁ ଏଜିଛକ । ଯୁଆଡ଼େ ନଜର ପକାଇଲେ କେବଳ ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିଥିଲା । ସତେ ଯେମିତି ରାଜଧାନୀକୁ ପୂରା ଜାମ୍ କରିଦେଇଥିଲେ ଆନ୍ଦୋଳନକାରୀ । ଠାଏଁ ଠାଏଁ ରାସ୍ତାରୋକ ଯୋଗୁଁ  ଯିବା ଆସିବା ପାଇଁ ହଇରାଣ ହୋଇଥିଲେ ଲୋକେ । ଆଉ ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଥିଲା ପୋଲିସ ।

ଡହ ଡହ ଖରା ଗରମ ସାଂଗକୁ ରାଜଧାନୀର ରାସ୍ତାଘାଟ ଜାମ୍‌ରେ ସନ୍ତୁଳି ହୋଇଥିଲେ ଲୋକେ । ୧୧ଦଫା ଦାବି ପୂରଣ ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ବିଶାଳ ରାଲି ଓ ରଣ ହୁଙ୍କାରକୁ ଦେଖି ତୁରନ୍ତ ଆକ୍ସନକୁ ଆସିଥିଲେ ସରକାର । ଆଉ ଡ୍ରାଇଭର ମହାସଂଘର ୫ ଜଣିଆ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ ମନ୍ତ୍ରୀ । ଆଉ ପରିବହନ, ଅର୍ଥ, ଶ୍ରମ ଓ ଗୃହ ବିଭାଗକୁ ନେଇ ମିଳିତ ଭାବେ ଏକ କମିଟି ଗଠନ କରି ଡ୍ରାଇଭରମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ।

ସରକାର ୩ମାସ ଭିତରେ ତର୍ଜମା କରି ଡ୍ରାଇଭର ମହାସଂଘର ଦାବି ପୂରଣ ସମ୍ପର୍କରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଲେ । ଏଥିରେ ସନ୍ତୋଷ ପ୍ରକାଶ କରିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି । ଆଉ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ସେପଟେ କିନ୍ତୁ ମହାସଂଘର ସମ୍ପାଦକ କିନ୍ତୁ ସରକାରଙ୍କ ପ୍ରସ୍ତାବକୁ ମାନିବାକୁ ପ୍ରସ୍ତୁତ ନଥିଲେ ।  ସଂଘ ସଭାପତିଙ୍କୁ ଓଭର ଟେକ୍ କରି ଏବେ ସମ୍ପାଦକଙ୍କ ଗୋଷ୍ଠୀ କହିଲେଣି କାଲିଠୁ ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବେ ସଂଘ କର୍ମକର୍ତ୍ତା । ସରକାରଙ୍କ ପ୍ରତିଶ୍ରୁତି ପରେ ଓଡ଼ିଶା ଡ୍ରାଇଭର ମହାସଂଘରେ ଫାଟ ଆଗକୁ ଏହି ଆନ୍ଦୋଳନକୁ କେଉଁ ଦିଶା ଦେଉଛି ତା’ ଉପରେ ରହିବ ନଜର ।

   Related Posts