ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା; ଆଉ ଏକ ଟିମ୍ ଗଠନ କଲା କ୍ରାଇମବ୍ରାଞ୍ଚ
29/12/2022 at 6:53 PM

କଟକ ୨୯/୧୨: ଋଷ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ମାମଲା। ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆଉ ଗୋଟିଏ ଟିମ ତିଆରି କରିଛି। ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ହେଲା ୪ ଜଣିଆ ଟିମ ଗଠିତ ହୋଇଛି। ଏହି ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ସଂଗୃହିତ ତଥ୍ୟ ପ୍ରମାଣର ଯାଞ୍ଚ କରିବ ବୋଲି କୁହାଯାଇଛି। ଏହି ଘଟଣାର ସାକ୍ଷୀମାନଙ୍କୁ ବି ଏହି 4 ଜଣିଆ ଟିମ ଜେରା କରିବ। ସୂଚନାଥାଉକି କ୍ରାଇମବ୍ରାଞ୍ଚ ପର୍ଯ୍ୟଟକଙ୍କ ଗସ୍ତ ବିବରଣୀ ସଂଗ୍ରହ କରିଛି।