ନଭେମ୍ୱର ୫ରେ ଘୁର୍ଣ୍ଣି ବଳୟ; ୭ରେ ଲଘୁଚାପ ସମ୍ଭାବନା

Published By : Prameya-News7 Bureau | November 01, 2022 IST

⭐୫ ରେ ଘୂର୍ଣ୍ଣିବଳୟ, ୭ ସୁଦ୍ଧା ଲଘୁଚାପ ସମ୍ଭାବନା

⭐ଓଡ଼ିଶା ଉପରେ ପ୍ରଭାବ ନେଇସ୍ପଷ୍ଟ ହୋଇନି ଚିତ୍ର

⭐ଓଡ଼ିଶାରେ ଶୀତ ଖେଳୁଛି ଲୁଚକାଳି

⭐ବଢୁଛି ତାପମାତ୍ରା କମୁଛି ଶୀତ

ଭୁବନେଶ୍ୱର ୦୧/୧୧: ଆସନ୍ତା ନଭେମ୍ୱର ୫ ରେ ଘୂର୍ଣ୍ଣିବଳୟ। ୭ ସୁଦ୍ଧା ଦକ୍ଷିଣ ପଶ୍ଚିମ ବଙ୍ଗୋସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଦକ୍ଷିଣ ପୂର୍ବ ବଙ୍ଗୋସାଗରରେ ୫ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାନେଇ ପାଣିପାଗ ବିଜ୍ଞାନ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ତେବେ ଓଡ଼ିଶାରେ ଏହାର ପ୍ରଭାବ ନେଇ ନଭେମ୍ୱର ୭ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ବିଶେଷଜ୍ଞ କହିଛନ୍ତି।  ସେପଟେ କମୁଛି ଶୀତ ବଢୁଛି ତାପମାତ୍ରା। ଆସନ୍ତାକାଲି ବା ବୁଧବାର ଠାରୁ କମିବ ଶୀତର ପ୍ରକୋପ। ଅନ୍ୟପଟେ ୪ ରୁ ୧୦ ତାରିଖ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.