ସମ୍ବଲପୁର ବିଶ୍ବବିଦ୍ୟାଳୟ ପୁଣି ପ୍ରଶ୍ନପତ୍ର ବିଭ୍ରାଟ : ୫୦ ମାର୍କ ବଦଳରେ ଆସିଲା ୮୦ ମାର୍କର ପ୍ରଶ୍ନପତ୍ର

Published By : Prameya-News7 Bureau | July 26, 2022 IST

ସମ୍ବଲପୁର ୬।: ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ୧୩ ଦିନ ବିତିଲାଣି । ହେଲେ ଦୋଷୀ ଧରାପଡିନାହାନ୍ତି । ପୋଲିସ ତା ବାଟରେ କାର୍ଯ୍ୟ କରି ପଚରାଉଚରା ଜାରି ରଖିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜେ ବସାଇଥିବା କମିଟିର ତଦନ୍ତ ରିପୋର୍ଟରେ କ’ଣ ଆସିଲା ସାମ୍ନାକୁ ଆଣୁ ନାହାନ୍ତି । ତଦନ୍ତରେ କ’ଣ ବାହାରିଲା ଗଣମାଧ୍ୟମକୁ ଲୁଚାଉଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ସରିବା ପୂର୍ବରୁ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆଣିଥିବା ବେଳେ ସେମାନେ ସତରେ ଦୋଷୀ ନା ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି ତାହା ଜଣାପଡୁନି ।

ସେପଟେ ସୋମବାର ଅନୁଷ୍ଠିତ ହୋଇଥିବା ପିଜି ରାଜନୀତି ବିଜ୍ଞାନ ପରୀକ୍ଷାରେ ପୁଣି ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ରାଜନୀତି ବିଜ୍ଞାନର ପିଜି ୪ର୍ଥ ସେମିଷ୍ଟାର କମ୍ପ୍ୟୁଟର ଆପ୍ଲିକେସନ ଇନ୍ ପଲିଟିକାଲ ସାଇନ୍ସ ପେପରରେ ୫୦ ମାର୍କ ବଦଳରେ ୮୦ ମାର୍କର ପ୍ରଶ୍ନପତ୍ର ଆସିଛି । ୨ ଘଣ୍ଟା ବଦଳରେ ୩ ଘଣ୍ଟା ସମୟ ଦିଆଯାଇଥିଲା । ତେବେ ପୂର୍ବରୁ ୫୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ସରିଥିବା ବେଳେ ସୋମବାର ୫୦ ମାର୍କର ଥିଓରୀ ହେବାର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.