ଏହି ଦେଶରେ ଦ୍ୱିତୀୟ ଥର ପାଇଁ ଲାଗୁ ହେଲା ଲକଡାଉନ୍, କୋହଳ ହେବା ପରେ ସାମ୍ନାକୁ ଆସିଥିଲା ଶହଶହ ନୂଆ କେସ୍

Published By : Prameya-News7 Bureau | May 09, 2020 IST

ବର୍ଲିନ୍ , ୦୯|୦୫:   ଜର୍ମାନୀର ଅନେକ ସହରରେ ଲକଡାଉନକୁ କୋହଳ କରାଯାଇଥିଲା । ତେବେ ଦେଶରେ ପୁଣିଥରେ ଲକଡାଉନ୍ ଲାଗୁ କରାଯାଇଛି । ଲକଡାଉନ୍ କୋହଳ ହେବା ପରେ ଏଠାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଯାଇଥିଲା । ତେଣୁ ସରକାର ବାଧ୍ୟ ହୋଇ ଲକଡାଉନ ଘୋଷଣା କରିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟ କହିଥିଲେ ଯେ, ଯଦି ୭ ଦିନରେ ପ୍ରତି ୧ ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରେ ନୂଆ କରୋନା ପଜିଟିଭ୍ ସଂଖ୍ୟା ୫୦ରୁ ଅଧିକ ହେବ ତେବେ ପୁଣି ଲକଡାଉନ୍ ଲାଗୁ କରାଯିବ । ଏଠାରେ ତିନୋଟି ରାଜ୍ୟରେ କଟକଣା କୋହଲ ହେବା ପରେ ୭ଦିନରେ ଶହଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

{"id":267259,"width":751,"height":502,"sizeSlug":"large"}

ପଜିଟିଭ୍ କେସ୍ ବଢିବା ପରେ ସହରରେ ରେସ୍ତୁରାଷ୍ଟ, ଟୁରିଷ୍ଟ୍ ସ୍ପଟ୍ ଓ ଫିଟନେସ୍ ଷ୍ଟୁଡିଓ ଖୋଲିବା ନେଇ ସରକାର ନେଇଥିବା ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ।  ଜର୍ମାନୀରେ ୧୬ଟି ରାଜ୍ୟ ରହିଛି । ଲକଡାଉନ୍ କୋହଳ ବାବଦରେ ନିଷ୍ପତ୍ତି ନେବାକୁ ରାଜ୍ୟଗୁଡିକୁ ଅଧିକାର ଦିଆଯାଇଛି । ସମସ୍ତ ରାଜ୍ୟ ୭ ଦିନରେ ୫୦ରୁ ଅଧିକ ସଂକ୍ରମିତ ମାମଲା ଆସିଲେ ଲକଡାଉନକୁ ପୁଣି ଲାଗୁ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।

ଏଠାକାର ସର୍ବାଧିକ ଜନବହୁଳ ରାଜ୍ୟ ନର୍ଥ ରେନୋର ଏକ କମ୍ପାନୀରେ ଏକାଥରେ ୧୫୦ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟରେ ସମସ୍ତ କମ୍ପାନୀ, ପ୍ଲାଣ୍ଟକୁ ବନ୍ଦ କରିଦିଆଯାଇଛି । ଏହସହ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ ହେବ ବୋଲି ସରକାର କହିଛନ୍ତି ।

ସୂଚନାଯୋଗ୍ୟ, ଏହି ଦେଶରେ ଏବେସୁଦ୍ଧା ମୋଟ ୧ ଲକ୍ଷ ୭୦ ହଜାର ଜଣ ସଂକ୍ରମିତ ହୋଇଥିବା ବେଳେ ୭୫୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.