LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା

22/03/2023 at 11:21 AM

ନୂଆପଡା ୨୨।୩: ନୂଆପଡାରେ ପୁଣି ବାଘ ଆତଙ୍କ । ସୁନାବେଡା ଅଭୟାରଣ୍ୟ ଜଲମଡେଇ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି ।

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଜଲମଡେଇ ଗାଁର ରାମସିଂ ବାରିକଙ୍କ ବାଛୁରୀକୁ ବାଘ ମାରିଥିବା ଅଭିଯୋଗ ହୋଇଛି । ଗାଁରେ କୋମନା ବନ୍ୟପ୍ରାଣୀ ବିଭାଗ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି । ତେବେ ସ୍ଥାନୀୟ ଅଞ୍ଚଳରେ ୧୦ ଗୋଟି ଟ୍ରାପ୍ କ୍ୟାମେରା ଲଗାଇ ବାଘର ଗତିବିଧି ବନ ବିଭାଗ ଅନୁଧ୍ୟାନ କରୁଛି ।  

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ସନମତି ନାମକ ଜଣେ ୮୦ବର୍ଷ ବୟସ୍କ ବୃଦ୍ଧାଙ୍କୁ ଘରୁ ଟେକିନେଇ ଖାଇଥିଲା କଲରାପତରିଆ ବାଘ । ସେହିଦିନଠାରୁ ଗାଁରେ ଲାଗି ରହିଛି ବାଘ ଆତଙ୍କ ।

   Related Posts