ରାଉରକେଲାରେ ପୁଣି ଜିଏସଟି ରେଡ୍

Published By : Prameya-News7 Bureau | November 26, 2019 IST

ରାଉରକେଲା ୨୬।୧୧: ରାଉରକେଲାରେ ପୁଣି ଜିଏସଟି ରେଡ୍ । ଜିଏସଟି ଠକେଇ ଅଭିଯୋଗରେ ବ୍ୟବସାୟୀ ଛତର ସିଂହଙ୍କ ଘରେ ଜିଏସଟି ଟିମ୍ ପକ୍ଷରୁ ରେଡ୍ କରାଯାଉଛି । 

ସୂଚନାଯୋଗ୍ୟ ଯେ, ଜିଏସଟି ଠକେଇ ଅଭିଯୋଗରେ ବାସନ୍ତୀ କଲୋନୀସ୍ଥିତ ଜିଏମ୍‌ କ୍ବାର୍ଟର ନଂ-୬ ବ୍ୟବସାୟୀ ଛତର୍‌ ସିଂହଙ୍କ ଘରେ ରେଡ୍ ହୋଇଛି । ନକଲି  ଇନଭଏସ୍‌ ଓ ନକଲି GST  ବିଲ୍ ଦେଇ ଠକେଇ କରିଥିବା ଅଭିଯୋଗ ରେଡ୍ କରିଛି ଟିମ୍ । ଗତକାଲି ଜିଏସ୍‌ଟି ଠକେଇ, ଫେକ୍ ଇନଭଏସ ଜରିଆରେ କୋଟି କୋଟି ଟଙ୍କାର ଅଭିଯୋଗରେ ରାଉରକେଲାର ୫ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସଟି ରେଡ୍ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.