Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ପୁରୀରେ ପୁଣି ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ନୀଳାଦ୍ରି ମାର୍କେଟ୍ କମ୍ପ୍ଲେକ୍ସ

10/03/2023 at 5:43 PM

ପୁରୀ ୧୦।୩: ପୁରୀରେ ପୁଣି ଅଗ୍ନିକାଣ୍ଡ ଘଟିଛି । ପୁରୀ ନୀଳାଦ୍ରି ମାର୍କେଟ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମରିଚ୍ଚିକୋଟ ଛକ ନିକଟରେ ଥିବା ନୀଳାଦ୍ରି ମାର୍କେଟ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି । ହୁତୁହୁତୁ ହୋଇ ମାର୍କେଟ୍ କମ୍ପ୍ଲେକ୍ସଟି ଜଳୁଛି । ଅଗ୍ନିଶମ ବାହୀନ ଦ୍ବାରା ନିଆଁ ଆୟତ କରିବାକୁ ଉଦ୍ୟମ ଜାରି ରହିଛି ।

ଗତ ବୁଧବାର ଦିନ ଶ୍ରୀମନ୍ଦିର ନିକଟ ମରିଚ୍ଚିକୋଟ ଛକ ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା। ଯାହାକୁ ଆୟତ୍ତ କରିବାକୁ ଦୀର୍ଘ ୩୬ଘଣ୍ଟା ସମୟ ଲାଗିଥିଲା । ଦୀର୍ଘ ୩୬ ଘଣ୍ଟାର ଅପେରସନ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବିଭାଗ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପାଇଁ ବହୁତ ଚ୍ୟାଲେଜିଂ ଓ କଠିନ ରହିଥିଲା । ପ୍ରଥମ ପ୍ରାଥମିକତା ରହିଥିଲା ଯାତ୍ରୀମାନଙ୍କ ଜୀବନ ବଞ୍ଚେଇବା ପରେ ନିଆଁକୁ ଆୟତ୍ତ କରିବା ।

ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସରେ ୪୦ରୁ ଉର୍ଦ୍ଧ୍ୱ ଦୋକାନ ଘର ଓ ୨୮ଟି ଗେଷ୍ଟ ରୁମ୍‌ରେ ପ୍ରାୟ ୭ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଥିଲା । ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲା । ଆଗକୁ କିପରି ସବୁ କମ୍ପ୍ଲେକ୍ସ, ମଲ୍, ଅଟ୍ଟାଳିକା ଓ ହୋଟେଲମାନଙ୍କରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଯାଞ୍ଚ କରାଯିବା ସହ ପିକେଡିଏ ପ୍ଲାନିଂ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଥିଲା ।

   Related Posts