ପୁଣି ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା, ଧାରାବାହିକ ପାଇଁ ଚୁକ୍ତି କରି ପାରିଶ୍ରମିକ ଦେଉନଥିବା ଅଭିଯୋଗ
28/03/2023 at 3:59 PM

ବାରଙ୍ଗ ୨୮।୩: ପୁଣି ବିବାଦରେ ଫସିଲେ ପ୍ରଯୋଜକ ଅକ୍ଷୟ ପରିଜା । ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ କଳାକାର । ଅକ୍ଷୟ ପରିଜାଙ୍କ ପ୍ରଯୋଜନା ସଂସ୍ଥା ପାରିଶ୍ରମିକ ଦେଉନଥିବା ଅଭିଯୋଗ ହୋଇଛି । ପ୍ରଡକ୍ସନ ସଂସ୍ଥା ଧାରାବାହିକ ପାଇଁ ଚୁକ୍ତି କରିଥିଲେ ସୁଦ୍ଧା ଶୁଟିଂ ସରିଯାଇଥିଲେ ମଧ୍ୟ ଏବେଯାଏଁ କଳାକାରମାନେ ପାରିଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି ।
ତେବେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ବାରା ନିର୍ମିତ ‘ଶାନ୍ତି’ ଧାରାବାହିକର କଳାକାର ଏବଂ ଟେକ୍ନିସିଆନ ଦରମା ପାଇନଥିବା ଅଭିଯୋଗ ହୋଇଛି । କାଟେଣୀ ସ୍ଥିତ ତାଙ୍କ ପ୍ରଡକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ଧାରାବାହିକରେ ଅଭିନୟ କରିଥିବା କଳାକାର ଏବଂ ଟେକ୍ନିସିଆନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିନୟ ପାଇଁ ଚୁକ୍ତି କରି ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆଣିଛନ୍ତି ।
ତେବେ ଆସନ୍ତୁ ଶୁଣିବା କ’ଣ କହୁଛନ୍ତି କଳାକାର…