vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଏବେ ପୁଣି ଉଠିଲା ପ୍ରଶ୍ନ ରସଗୋଲାର ଉତ୍ପତିସ୍ଥଳ କେଉଁଠି? ରସଗୋଲାକୁ ନିଜର ବୋଲି ପ୍ରମାଣ କରିବା ପାଇଁ ବଙ୍ଗାଳି ଗବେଷକ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଦେଇଛନ୍ତି ଭ୍ରମାତ୍ମକ ତଥ୍ୟ…

31/07/2019 at 7:09 PM

ଭୁବନେଶ୍ବର୩୧|୭: ରସଗୋଲା ଭାଗ ହେବ କାହିଁକି। କାହିଁକି ଓଡ଼ିଶାର ରସଗୋଲା ନାଁରେ ଗୋଟିଏ ଟ୍ୟାଗ ପୁଣି ବଙ୍ଗଳାର ରସଗୋଲା ନାଁରେ ଅଲଗା  ଜିଆଇ ଟ୍ୟାଗ କରାଗଲା। ରସଗୋଲାକୁ ନେଇ ଲଢ଼େଇ ଜାରି ରଖିଥିବା ସଂସ୍କୃତି ଗବେଷକମାନେ ଏହି ଜିଆଇ ଟ୍ୟାଗକୁ ନେଇ ସନ୍ତୁଷ୍ଟ ନୁହନ୍ତି। ସେପଟେ ବଙ୍ଗଳାର ଏକ ପୁସ୍ତକରେ ଭ୍ରମାତ୍ମକ ଏବଂ ଜଗନ୍ନାଥଙ୍କୁ ଅପମାନଜନକ ଟିପ୍ପଣୀ ଦିଆଯାଇଥିବା  ଗବେଷକମାନେ କହିଛନ୍ତି।

ଲଢେଇ ସରିନି । ଜିତ୍ ଅଧା ଅଧୁରା । ଓଡ଼ିଶା ରସଗୋଲା ଜିଆଇ ମାନ୍ୟତା ପାଇବା ନେଇ ସାରା ରାଜ୍ୟରେ ଖୁସିର ମାହୋଲ । ତେବେ ବଙ୍ଗଳା ସହ  ଲଢେଇରେ ଯେଉଁମାନେ ମୁଖ୍ୟ ଭୂମିକା ନିଭାଇଥିଲେ ସେମାନେ କିନ୍ତୁ ଏବେ ବି ସଂପୂର୍ଣ୍ଣ ଖୁସି ନୁହନ୍ତି ।

ସେମାନଙ୍କ ଯୁକ୍ତି ଏହା ଓଡ଼ିଶାର ଆଂଶିକ ବିଜୟ ମାତ୍ର  ।  ଓଡ଼ିଶାକୁ ରସଗୋଲା ଲାଗି ଜିଆଇ ମାନ୍ୟତା ନୁହେଁ ବରଂ ଓଡ଼ିଶା ରସଗୋଲା ନାଁରେ ମାନ୍ୟତା ମିଳିବା ଆମର ଜିତାପଟ ନୁହେଁ ବୋଲି କିଛି ଗବେଷକ ଯୁକ୍ତି ବାଢିଛନ୍ତି ।  ଜିଆଇକୁ ନିଷ୍ପତ୍ତି କରିବାର ଥିଲା ରସଗୋଲାର ଉତ୍ପତ୍ତିସ୍ଥଳ ଓଡ଼ିଶାର ନା ପଶ୍ଚିମବଂଗର ।

ହେଲେ ପ୍ରଥମେ ଏହାକୁ ପଶ୍ଚିମ ବଂଗର ଦର୍ଶା ଯିବା ଓ ଓଡ଼ିଶାର ଆପତ୍ତି ପରେ ଓଡ଼ିଶାରସଗୋଲା ନାଁରେ ଆଉ ଏକ ଜିଆଇ ମାନ୍ୟତା ମିଳିବାର ଅର୍ଥ କଣ ? ଯଦି ରସଗୋଲାର ଜିଆଇ ମାନ୍ୟତା ଓଡ଼ିଶାକୁ ମିଳିଲା ତା ହେଲେ ପଶ୍ଚିମବଂଗର ରଦ୍ଦ କରାଯାଉ ବୋଲି ଦାବି ହୋଇଛି । ରସଗୋଲା ଓଡ଼ିଶାର ବୋଲି ସମସ୍ତ ପ୍ରମାଣ ଥିବା ସତ୍ତ୍ବେ କାହିଁକି ଏଭଳି ୨ ରାଜ୍ୟ ମଧ୍ୟରେ ଅଧା ଅଧା ବଣ୍ଟା ଗଲା ତାକୁ ନେଇ ଉଠିଛି ଆପତ୍ତି ।

ତେବେ ରସଗୋଲା ଲାଗି ପଶ୍ଚିମବଂଗକୁ ଜିଆଇ ଟ୍ୟାଗ୍ ମିଳିବା ପଛରେ ଓଡ଼ିଶା ଏପରିକି ଜଗନ୍ନାଥ ସଂସ୍କୃତି ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା କଥା ଉଠିଲାଣି । ଗବେଷକ ସନ୍ତୋଷ କୁମାର ସାହୁଙ୍କ ମତରେ, ରସଗୋଲା ଜିଆଇ ଟ୍ୟାଗ୍ ଲାଗି ପଶ୍ଚିମବଂଗର ଆବେଦନକାରୀଙ୍କ ମାନେ ମୁଖ୍ୟତଃ ଏକ ବହିର ତଥ୍ୟକୁ ଆଧାର କରିଛନ୍ତି । ଆଉ ତାହା ହେଉଛି ହରିପଦ ଭୌମିକଙ୍କ ରଚିତ ବଙ୍ଗଳା ପୁସ୍ତକ ରସଗୁଲ୍ଲା- ଜଗତମାତାନୋ ଆବିଷ୍କାର ।

ହରିପଦ ଭୌମିକ ହେଉଛନ୍ତି ପଶ୍ଚିମବଙ୍ଗରେ ରସଗୋଲାକୁ ପ୍ରଚାର ପ୍ରସାର କରାଇଥିବା ନବୀନଚନ୍ଦ୍ର ଦାସଙ୍କ ନାତୁଣୀ ଜ୍ବାଇଁ । ରସଗୋଲା ଓଡ଼ିଶାର ବୋଲି ସବୁଠୁ ବଡ଼ ପ୍ରମାଣ ହେଉଛି ଶ୍ରୀମନ୍ଦିର ଓ ରସଗୋଲା ମଧ୍ୟର ଅବିଚ୍ଛେଦ୍ୟ ସଂପର୍କ । ଆଉ ଏହାକୁ ଖଣ୍ଡନ କରିବାକୁ ଯାଇ ଏହି ବହିରେ କୁହାଯାଇଛି, କ୍ଷୀର ଛିଡ଼ିଲେ ଛେନା ହୁଏ, ତେଣୁ ଛେନା ଏକ ଶବ ଖାଦ୍ୟ, ଏଥିରୁ ତିଆରି ରସଗୋଲା ନିଳାଦ୍ରୀବିଜେରେ ଭୋଗ ଲାଗେ ନାହିଁ ବୋଲି କହିବାକୁ ପଛେଇ ନାହାନ୍ତି ଏ ଲେଖକ ।

ଜିଆଇ ଟ୍ୟାଗ୍ ପାଇବାକୁ ପଶ୍ଚିମବଂଗ ଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଛି ତାହା ସାରା ରାଜ୍ୟ ଲାଗି ଅପମାନର ବିଷୟ ନିଶ୍ଚୟ ।  ତେଣୁ ରସଗୋଲା ଲଢେଇ ପ୍ରକୃତରେ ସରିଛି ନା ଏଥିରେ ଓଡ଼ିଶା ଅନ୍ୟାୟର ଶିକାର ହୋଇଛି ତାହାର ବି ତର୍ଜମା ହେବାର ଆବଶ୍ୟକତା ରହିଛି ।

   Related Posts