Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ବାଲାକୋଟରେ ପୁଣି କ୍ୟାମ୍ପ୍ କଲେଣି ଆତଙ୍କବାଦୀ : ଦେଉଛନ୍ତି ହିନ୍ଦୁ ଓ ମୋଦୀଙ୍କ ବିରୋଧରେ ନାରା, ଭାରତ ଉପରେ ଆକ୍ରମଣ ପାଇଁ ଚାଲିଛି ଯୋଜନା

12/12/2020 at 9:50 AM

ନୂଆଦିଲ୍ଲୀ, ୧୨|୧୨:  ପାକିସ୍ତାନର ବାଲାକୋଟରେ ପୁଣି ଆତଙ୍କବାଦୀଙ୍କ ଗତିବିଧି ବଡିଚାଲିଛି । ଏଠାରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ଅହମ୍ମଦ ଟ୍ରେନିଂ କ୍ୟାମ୍ପ୍ ଆରମ୍ଭ କରିଦେଇଛି । କେବଳ ଏତିକି ନୁହେଁ ଏଠାରେ ଆତଙ୍କବାଦୀଙ୍କୁ ହିନ୍ଦୁ ବିରୋଧୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଉସକାଯାଉଛି ।

ସୂତ୍ରାନୁସାରେ, ବାଲାକୋଟରେ ଆତଙ୍କବାଦୀଙ୍କୁ ପୁଣି ଭାରତରେ ଆକ୍ରମଣ ପାଇଁ ତାଲିମ ଦିଆଯାଉଛି । ଆତଙ୍କବାଦୀ ମାସୁଦ ଅଜହରର ଭାଇ ମୌଲାନା ଅବ୍ଦୁଲ ରଉଫ୍ ଏଠାରେ ମଙ୍ଗ ସମ୍ଭାଳିଛି । ଏଠାରେ ଭାରତ ବିରୋଧୀ ଷଡଯନ୍ତ୍ର ପ୍ରସ୍ତୁତ କରାଯାଉଛି ।ଏହି ଘଟଣା ପରେ ଭାରତ ପୁଣି ଏଠାରେ ଏୟାର ଷ୍ଟ୍ରାଇକ୍ କରିବ ବୋଲି ଆଶଙ୍କା କରାଯାଉଛି । କାରଣ ୨୦୧୯ରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ଏଠାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଥିଲା । ବାୟୁ ସେନାର ଏୟାରଷ୍ଟ୍ରାଇକରେ ଏଠାରେ ପ୍ରାୟ ୫୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।

ଭାରତ ଏବେ ପାକିସ୍ତାନର ସମସ୍ତ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି । ଘାଟିରେ ଗତ ବର୍ଷ ତୁଳନାରେ ଏଥର ଆତଙ୍କବାଦୀ କାର୍ଯ୍ୟକଳାପ କମ୍ ରହିଛି । ଏନେଇ ସେନାମୁଖ୍ୟ ନିଜେ ସୂଚନା ଦେଇଥିଲେ । ତେବେ ପୁଣି ଆରମ୍ଭ ହୋଇଥିବା ବାଲାକୋଟରେ ଆତଙ୍କବାଦୀଙ୍କ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେମାନେ ହିନ୍ଦୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାରାବାଜି କରୁଛନ୍ତି ।

   Related Posts