ୱିପ୍ରୋ ପରେ କର୍ମଚାରୀଙ୍କୁ ଚେତାବନୀ ଦେଲା ଇନ୍‌ଫୋସିସ୍‌: ମୁନଲାଇଟେନିଂରେ ଧରାପଡ଼ିଲେ ପରିଣତି ଭୟଙ୍କର ହେବ

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ: ବର୍ତ୍ତମାନ ବଡ଼ ବଡ଼ ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ପାଇଁ ମୁନଲାଇଟେନିଂ ଏକ ସମସ୍ୟା ଦେଖାଦେଇଛି। କମ୍ପାନୀର କର୍ମଚାରୀମାନେ ଅଧିକ ଟଙ୍କା କମାଇବା ନିଶାରେ ନିଜର ମୂଳ ଚାକିରିକୁ କମ୍ ଗୁରୁତ୍ୱ ଦେଇ ଅନ୍ୟତ୍ର କାମ କରୁଛନ୍ତି। ଫଳରେ ଆଇଟିଗୁଡ଼ିକର କାମ ପ୍ରଭାବିତ ହେଉଛି। ଯାହାକୁ ନେଇ ପୂର୍ବରୁ ୱିପ୍ରୋ ଭଳି କମ୍ପାନୀ ତାଙ୍କର କର୍ମଚାରୀଙ୍କୁ ଚେତାବନୀ ଦେଇ ସାରିଥିବା ବେଳେ ଏବେ ଇନ୍‌ଫୋସିସ୍ ମଧ୍ୟ ମୁନଲାଇଟେନିଂ ପାଇଁ କର୍ମଚାରୀଙ୍କୁ ଚେତାବନୀ ଦେଇଛି। ଯଦି କୌଣସି ବ୍ୟକ୍ତି ଏଭଳି କରୁଥିବାର ଧରାପଡ଼ନ୍ତି ତେବେ ଏହାର ପରିଣାମ ଚାକିରିରୁ ଛଟେଇ ହେବ ବୋଲି ଇନ୍‌ଫୋସିସ୍ କହିଛି।

ମୁନଲାଇଟେନିଂ କଣ?

କେତେକ ପରିସ୍ଥିତିରେ କର୍ମଚାରୀ ଅଧିକ ଆୟ କରିବା ପାଇଁ ନିଜର ପ୍ରଥମ ଚାକିରି ବ୍ୟତୀତ ଅନ୍ୟ ଏକ ସ୍ଥାନରେ ଅତିରିକ୍ତ କାମ କରନ୍ତି। ଏହାକୁ ହିଁ ଇଂରାଜୀରେ ମୁନଲାଇଟେନିଂ ବୋଲି କୁହାଯାଏ। ମୂଳ ଚାକିରି କରିବା ସହ ଅନ୍ୟ ସ୍ଥାନରେ ପାର୍ଟ ଟାଇମ୍‌ କାମ କରିବା ଦ୍ୱାରା ବେଳେ ବେଳେ ମୂଳ କମ୍ପାନୀ କାମ ଠିକ୍ ଭାବରେ ହୋଇପାରେ ନାହିଁ। ଏଥିରେ କ୍ଷତି ହୋଇଥାଏ। ଯାହା ୱିପ୍ରୋ ଓ ଇନ୍‌ଫୋସିସ୍‌କୁ ଭୋଗିବାକୁ ପଡ଼ୁଛି।

ଭାରରେ ଅଧିକାଂଶ ଘରୋଇ କମ୍ପାନୀ ମୁନଲାଇଟେନିଂକୁ ରୋକିବାକୁ ଚେଷ୍ଟା କରନ୍ତି। ଗୋଟିଏ କମ୍ପାନୀରେ ଥାଇ କର୍ମଚାରୀମାନେ ଯେମିତି ଅନ୍ୟତ୍ର କାମ ନକରନ୍ତି ସେଥିପାଇଁ ସେମାନଙ୍କ ଉପରେ କଡ଼ା ପ୍ରତିବନ୍ଧକ ବି ଲଗାଇଥାନ୍ତି। ଏମିତିକ କମ୍ପାନୀର କାମ ସରିବା ପରେ ବି ଯଦି କର୍ମାଚାରୀ ଅନ୍ୟ କେଉଁଠି କାମ କରୁଛନ୍ତି ତେବେ ମୂଳ କମ୍ପାନୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜୀର ରହିଛି।    

ଏନେଇ ସୋମବାର ଇନ୍‌ଫୋସିସ୍ ତାର କର୍ମଚାରୀମାନଙ୍କୁ ମେଲ୍ ଦେଇ ଚେତାବନୀ ଦେଇଛି। କମ୍ପାନୀର ୱାର୍କିଂ ପିରିୟଡ଼ ସରିବା ପରେ ବି ଯଦି କୌଣସି କର୍ମଚାରୀ ମୁନଲାଇଟେନିଂରେ ଧରାପଡ଼ନ୍ତି ତେବେ ଚାକିରିରୁ ଛଟେଇ କରାଯିବ ବୋଲି ଇନଫୋସିସ୍ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.