ପରାଗରେ ଖାଲି ଆଖିରେ ଦେଖିଥିଲେ ସୂର୍ଯ୍ୟ,୧୫ ଶିଶୁଙ୍କ ଜୀବନରେ ଲାଗିଲା ଗ୍ରହଣ

Published By : Prameya-News7 Bureau | January 19, 2020 IST

ଜୟପୁର ୧୯।୧:  ଗତ ୨୦୧୯ ବର୍ଷର ଶେଷ ସୂର୍ଯ୍ୟ ପରାଗ ୧୫ ଶିଶୁଙ୍କ ଜୀବନରେ ଗ୍ରହଣ ଲଗାଇଦେଇଛି। ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବା ଯୋଗୁ ଏହି ଶିଶୁମାନଙ୍କ ଆଖିର ୭୦ ପ୍ରତିଶତ ପ୍ରଭାବିତ ହୋଇଥିବା ସବାଇ ମାନସିଂହ ନେତ୍ର ରୋଗ ବିଭାଗର ଡାକ୍ତର ସୂଚନା ଦେଇଛନ୍ତି।

{"id":213457,"sizeSlug":"large"}

ଡିସେମ୍ବର ୨୬ ତାରିଖ ଦିନ ଏହି ସୂର୍ଯ୍ୟପରାଗ ସଂଘଟିତ ହୋଇଥିଲା। ଏହି ଶିଶୁମାନେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ରଙ୍କ ମହାଜଗତିକ ଘଟଣାକୁ ଖାଲି ଆଖିରେ ଦେଖିବା ଯୋଗୁ ଅଚାନକ ଦୃଷ୍ଟି ଶକ୍ତି ହରାଇଥିଲେ। ସୂର୍ଯ୍ୟ ପରାଗ ବେଳେ ଏଥିରୁ ବାହାରିଥିବା ବିକିରଣ ପିଲାଙ୍କ ଆଖିର ରେଟିନାକୁ ପ୍ରଭାବିତ କରିଛି। ପରାଗ ପରେ ପିଲାମାନେ କିଛି ଦେଖିପାରୁନଥିବା ଜାଣି ଅଭିଭାକ ସେମାନଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ବିଭିନ୍ନ ସ୍ଥାନର ଡାକ୍ତର ପିଲାଙ୍କୁ ସବାଇ ମାନସିଂ ହସ୍ପିଟାଲର ନେତ୍ର ରୋଗ ବିଭାଗକୁ ରେଫର କରିବାରୁ ସମସ୍ତେ ଏବେ ଜୟପୁରରେ ପହଞ୍ଚିଛନ୍ତି।

{"id":213458,"sizeSlug":"large"}

ଏଠାରେ ଡାକ୍ତର ପିଲାଙ୍କ ଆଖିରେ ପ୍ରଥମେ ଔଷଧ ପକାଇଥିଲେ। ତେବେ ଏଥିରେ ବି ପିଲାମାନେ କିଛି ଦେଖି ନପାରିବାରୁ ଡାକ୍ତର ସେମାନଙ୍କ ଆଖି ପରୀକ୍ଷା କରିବା ବେଳେ ଏହି ଆଶ୍ଚର୍ଯ୍ୟଜନକ ତତ୍ୟ ମିଳିଛି। ସୂର୍ଯ୍ୟଙ୍କ ବିକିରଣ ଯୋଗୁ କିଛି ପିଲାଙ୍କ ଆଖିର ରେଟିନା ୪୦ ପ୍ରତିଶତ ପ୍ରଭାବିତ ହୋଇଥିବା ବେଳେ ଆଉ କିଛି ପିଲାଙ୍କ ୭୦ ପ୍ରତିଶତ ପ୍ରଭାବିତ ହୋଇଛି। ସୂର୍ଯ୍ୟଙ୍କ କିରଣରେ ସେମାନଙ୍କ ଆଖି ଜଳି ଯାଇଛି। ପିଲାଙ୍କ ଆଖିରେ ହଳଦିଆ ଚିହ୍ନ ହୋଇଯାଇଛି। ଏବେ ସେମାନଙ୍କର ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି।

{"id":213459,"width":576,"height":370,"sizeSlug":"large"}

ଚିକିତ୍ସା ପରେ ହୁଏତ ପିଲାମାନେ ପୁଣି ପୂର୍ବପରି ଦେଖିପାରିବେ ବୋଲି ଡାକ୍ତର ଆଶାବ୍ୟକ୍ତ କରିଛନ୍ତି । ତେବେ ଏଥି ଲାଗି ସମୟ ଲାଗିବ ବୋଲି କହିଛନ୍ତି। ତେବେ ବି ସୁରକ୍ଷା ଉପକରଣରେ  ସୂର୍ଯ୍ୟ ପରାଗ ଦେଖିବା ଯୋଗୁ ଏତେ ଭୟାନକ ପରିଣାମ ହୋଇପାରେ ପ୍ରଥମ ଥର ସବାଇ ମାନସିଂ ହସ୍ପିଟାଲର ନେତ୍ର ରୋଗ ବିଭାଗର ଡାକ୍ତରମାନେ ଅଭିଜ୍ଞତା ହାସଲ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.