ବରୁଣ-ନୀତୁଙ୍କ ପରେ ଏବେ ମନୀଷ ପାଲ୍ ମଧ୍ୟ କରୋନା ପଜିଟିଭ : ‘ଯୁଗ ଯୁଗ ଜିଓ’ର ସୁଟିଂ ଛାଡ଼ି ଫେରିଲେ ଘରକୁ

Published By : Prameya-News7 Bureau | December 07, 2020 IST

ମୁମ୍ବାଇ ୭/୧୨: ବରୁଣ ଧଓ୍ବନ ଏବଂ କିଆରା ଆଡଭାନିଙ୍କ ଫିଲ୍ମ ‘ଯୁଗ ଯୁଗ ଜିଓ’ର ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଶୁଣିବାକୁ ମିଳିଥିଲା ଯେ ଫିଲ୍ମର ଷ୍ଟାରକାଷ୍ଟ୍ ବରୁଣ ଧଓ୍ବନ,ନୀତୁ କପୁରଙ୍କୁ କରୋନା ହୋଇ ଯାଇଛି। ଏମାନଙ୍କ ବ୍ୟତୀତ ଫିଲ୍ମର ନିର୍ଦେଶକ ରାଜ ମେହତା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏପରି କ୍ଷେତ୍ରରେ ଫିଲ୍ମର ସୁଟିଂ ମଧ୍ୟ ରୋକି ଦିଆଯାଇଛି। ଏବେ ଶୁଣିବାକୁ ମିଳିଛି ଯେ ‘ଯୁଗ ଯୁଗ ଜିଓ’ର ଷ୍ଟାରକାଷ୍ଟଙ୍କ ମଧ୍ୟରୁ ଆଉ ଜଣେ ଅଭିନେତା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

{"id":374055,"sizeSlug":"large"}

ଏବେ ଅଭିନେତା ମନୀଷ ପାଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କୁହାଯାଉଛି ଯେ , ମନୀଷ ପାଲଙ୍କୁ ତାଙ୍କ କରୋନା ସଂକ୍ରମିତ ହେବାର ଜଣା ପଡ଼ିବା ମାତ୍ରେ ସେ ସୁଟିଂ ସେଟ୍‌ରୁ ମୁମ୍ବାଇ ଫେରି ଆସିଥିଲେ ଏବଂ ନିଜକୁ କ୍ବାରେଣ୍ଟାଇନ୍ କରି ନେଇଥିଲେ। ଏବେ ସୁଦ୍ଧା ମନୀଷ ପାଲ୍ କିମ୍ବା ତାଙ୍କ ଟିମ୍ ତରଫରୁ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଆସି ନାହିଁ।

{"id":374056,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.