ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ, ୟୁପି ଆଳୁ ଶୀଘ୍ର ପଚିବା କଥା ମିଛ: ଖାଦ୍ୟ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | August 05, 2024 IST

ଭୁବନେଶ୍ବର ୫/୮: ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସୁଛି । ଉତ୍ତରପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆସିବ ।ଆବଶ୍ୟକ ପଡିଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେହିପରି ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥାକୁ ଖଣ୍ଡନ କରିବା ସହ ଏହାକୁ ମିଛ ବୋଲି କହିଛନ୍ତି ମନ୍ତ୍ରୀ । ଉତ୍ତରପ୍ରଦେଶରୁ ଆସିଥିବା ଆଳୁ ଓଡ଼ିଶାରେ ବିକ୍ରି ହେଲାଣି । ଏହାର କ୍ବାଲିଟି ବହୁତ ଭଲ । ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ଆମେ ସ୍ବାଭିମାନକୁ ଦେଖିଲୁ । ଖାଉଟିଙ୍କ ପାଖରେ ଆଳୁ ପହଞ୍ଚିବା ଦରକାର ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । 

ରାସନ କାର୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଏ କଥା ବିଧାନସଭାରେ ଉଠାଇଛି । ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ ଶୀଘ୍ର ଜଣାପଡିବ ଭୂତ ହିତାଧିକାରୀ କିଏ ? ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ । 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.