ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁନାଇଟେଡ୍ ଆରବ ଏମିରେଟ ପକ୍ଷରୁ ଦିଆଯାଇଥିବା ସମ୍ବର୍ଦ୍ଧନାକୁ ପାକିସ୍ତାନରେ ତୀବ୍ର ନିନ୍ଦା କରାଯାଉଛି। ଏଥିଲାଗି ପାକିସ୍ତାନୀମାନେ ଟ୍ୱିଟରରେ ହାସ୍ ଟ୍ୟାଗ୍ ‘ସେମ ଅନ ୟୁଏଇ’ ଚଳାଇଛନ୍ତି। ଏଥିରେ ପାକିସ୍ତାନୀ ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରେ ଚିଡି ୟୁଏଇ ବିରୋଧରେ ବିଭିନ୍ନ ପ୍ରକାରର ଟିକା ଟିପ୍ପଣୀ କରିବାରେ ଲାଗିଛନ୍ତି। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ସମ୍ମାନଜନକ ‘ଆୱାର୍ଡ ଅଫ ଦି ଜାୟଦ’ ପୁରସ୍କାରରେ ସମ୍ମାନୀତ କରିଛି। ଏହା ସହ ଗତ ୫ ବର୍ଷରେ ମୋଦି ବିଭିନ୍ନ ଇସ୍ଲାମିକ ଦେଶରୁ ୬ଟି ପୁରସ୍କାର ପାଇଥିବା ବେଳେ କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ କରିବା ଲାଗି ପାକିସ୍ତାନର ପ୍ରତିଟି ପଦକ୍ଷେପ ଏବେ ବିଫଳ ହେଉଛି।
{"id":149250,"align":"center","width":467,"height":486}ନିକଟରେ ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଅକାମୀ କରିଦେଇଛନ୍ତି। ଫଳରେ କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ମାନ୍ୟତା ସମାପ୍ତ ହୋଇଯାଇଥିବା ବେଳେ ପାକିସ୍ତାନ ବିଚଳିତ ହୋଇପଡିଛି। ଏଥିଲାଗି ପାକିସ୍ତାନ ବିଶ୍ୱର ଇସ୍ଲାମିକ ଦେଶମାନଙ୍କୁ ଏକଜୁଟ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ଆରବ ଏମିରେଟସ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଏବେ ପାକିସ୍ତାନ ହଜମ କରିପାରୁନାହିଁ। ଏହି ପୁରସ୍କାର ସହ ଭାରତ-ୟୁଏଇ ପୂର୍ବ ସମ୍ପର୍କ ଆହୁରି ନିବିଡ ହୋଇଥିବା ପ୍ରମାଣିତ କରୁଥିବା ବେଳେ ପାକିସ୍ତାନୀମାନେ ସୋସାଲ ମିଡିଆରେ ନିଜର ବିଦ୍ୱେଷ ଉଦଗାରୁଛନ୍ତି।
{"id":149251,"width":571,"height":272}ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ଲାମିକ ଦେଶମାନଙ୍କରୁ ଯେଉଁ ସମ୍ମାନ ମିଳିଛି ସେଥିରେ ବାହାରିନର ‘କିଙ୍ଗ ହମାଦ ଅର୍ଡର ଅଫ ଦି ରେନସାଂ ’, ୟୁଏଇର ‘ଅର୍ଡର ଅଫ ଦି ଜାୟଦ’, ପାଲେଷ୍ଟାଇନର ‘ଗ୍ରାଣ୍ଡ କଲର ଅଫ ଦି ଷ୍ଟେଟ୍ ଅଫ ପାଲେଷ୍ଟାଇନ’,ଆଫଗାନିସ୍ତାନର ‘ଆମୀର ଅମାନୁଲ୍ଲାହ ଖାନ ପୁରସ୍କାର’, ସାଉଦି ଆରବର ‘ କିଙ୍ଗ ଅବ୍ଦୁଲ୍ଲା ଅଜୀଜ ଶାହ ପୁରସ୍କାର’ ଓ ମାଲଦ୍ୱୀପର ‘ରୁଲ ଅଫ ନିଶାନ ଇଜ୍ଜୁଦ୍ଦିନ’ ଆଦି ପୁରସ୍କାର ରହିଛି। ତେବେ ଉଚ୍ଚ ମୂଲ୍ୟବୋଧ ଭିତ୍ତିକ ରାଜନୀତି ଓ ବୈଦେଶିକ ସମ୍ପର୍କ ଲାଗି ଭାରତକୁ ମିଳିଥିବା ଏହି ସବୁ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଟି ଭାରତୀୟ ନାଗରିକକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇ ଆସିଛନ୍ତି।
{"id":149256}ତେବେ ସୂତ୍ରଙ୍କ କହିବା ଅନୁସାରେ ପାକିସ୍ତାନ ଏବେ ନିଜର ବାସ୍ତବ ସ୍ଥତି ସମ୍ପର୍କରେ ସଚେତନ ହୋଇ ଗଲାଣି। ନୂଆ ଭାରତ ସାରା ଦୁନିଆ ସହ କାନ୍ଧକୁ କାନ୍ଧ ମିସାଇ ଚାଲିଥିବା ବେଳେ ଆତଙ୍କବାଦକୁ ସମର୍ଥନ କରି ପାକିସ୍ତାନ ଏବେ ବିଶ୍ୱର ଅବାଞ୍ଛିତ ରାଷ୍ଟ୍ରଙ୍କ ସୂଚୀରେ ସାମିଲ ହୋଇ ଦେଶ ଦୁନିଆରୁ ପୃଥକ ହେବାରେ ଲାଗିଛି। ସେପଟେ ଇସ୍ଲାମ ୱାର୍ଲଡ ସହ ଭାରତର ସମ୍ପର୍କ ପୂର୍ବାପେକ୍ଷା ଅଧିକ ମଜଭୁତ ହେବାରେ ଲାଗିଛି।