ଦୁଇ ବର୍ଷ ପରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, କରୋନା ପାଇଁ ବନ୍ଦ ରହିଥିଲା

Published By : Prameya-News7 Bureau | June 27, 2022 IST

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଅଞ୍ଚଳରେ ଦୀର୍ଘ ୨ବର୍ଷ ପରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି।  ତା ପୂର୍ବରୁ ପ୍ରଶାସନ ତରଫରୁ ଏଥି ନେଇ ଲୋକଙ୍କୁ ସୂଚିତ କରାଯାଇଥିବାରୁ ଶୁଣାଣିରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।  କରୋନା ପାଇଁ ଦୁଇ ବର୍ଷ ହେବ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା।

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଏସ୍.ପି  ମିତ୍ରଭାନୁ ମହାପାତ୍ରଙ୍କ ସମେତ ସମସ୍ଥ ଉପଖଣ୍ଡ ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଅବସରରେ ୪ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାକେଲ୍ ପ୍ରଦାନ କରାଯାଇଛି। ଦୀର୍ଘଦିନ ପରେ ଜିଲ୍ଲାପାଳଙ୍କୁ ଭେଟି ନିଜ ସମସ୍ୟା ଜଣାବାର ସୁଯୋଗ ପାଇଥିବାରୁ ଲୋକେ ବେଶ୍ ଉତ୍ସାହିତ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.