ନବଜାତଙ୍କ ମୃତ୍ୟୁ ଦେଖି ତରଳିଲା ଇସ୍ରାଏଲର ହୃଦୟ, ଶିଶୁଙ୍କୁ ସୁରକ୍ଷିତ ହସ୍ପିଟାଲରୁ ବାହାର କରିବାକୁ ରାଜି

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ: ହମାସ-ଇସ୍ରାଏଲ ଯୁଦ୍ଧର ନରସଂହାରରେ ସତେ ଯେପରି ଲାଲ ହୋଇଯାଇଛି ଗାଜା ଷ୍ଟ୍ରିପ୍‌। ଟନେଲ୍‌ ଠାରୁ ଆରମ୍ଭ କରି ହସ୍ପିଟାଲ ଯାଏ ସବୁଠି ଅନ୍ଧାଧୁନ୍ ଆକ୍ରମଣ କରୁଛି ଇସ୍ରାଏଲ୍‌।  ୨ ନିରୀହ ଶିଶୁଙ୍କ ମୃତ୍ୟୁ ପରେ ତରଳିଲା ଇସ୍ରାଏଲର ହୃଦୟ। ଗାଜାରର ହସ୍ପିଟାଲରୁ ଛୋଟ ପିଲାଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ସାହାଯ୍ୟର ହାତ ବଢାଇଛି ଇସ୍ରାଏଲ।

ପ୍ରକାଶଥାଉକି ସମ୍ବେଦନଶୀଳ ଅଞ୍ଚଳରେ ଯୁଦ୍ଧ ଚାଲିଥିବାରୁ ଇନ୍ଧନ ଶେଷ ହୋଇଯାଇଥିବା ନେଇ ଦାବି କରିଥିଲା ପାଲେଷ୍ଟାଇନ୍‌। ଏହି କାରଣରୁ ହସ୍ପିଟାଲରେ ୨ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହା ଛଡା ୨୦ରୁ ଅଧିକ ନବଜାତଙ୍କ ଜୀବନ ବିପଦରେ ରହିଛି।

ଇସ୍ରାଏଲର ମୁଖ୍ୟ ସେନା ମୁଖପାତ୍ର ରିୟର ଏଡାମିରଲ ଡାନିଏଲ ହଗାରୀ କହିଛନ୍ତି ଯେ ଅଲ୍‌ ଶିଫାର କର୍ମଚାରୀଙ୍କ ଅନୁରୋଧ କ୍ରମେ ହସ୍ପିଟାଲରୁ ଶିଶୁଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ସାହାଯ୍ୟ କରିବେ। ତେବେ ଇସ୍ରାଏସର ସେନା ଗାଜାରୁ ସବୁଠୁ ବଡ଼ ହସ୍ପିଟାଲକୁ ଘେରାବନ୍ଦୀ କରି ରଖିଛନ୍ତି।

ସେଠାରେ ନିୟୋଜିତ ଥିବା ଡାକ୍ତର କହିଛନ୍ତିଯେ, ଇନ୍ଧନ ଶେଷ ହୋଇଯିବାରୁ ଜେନେରଟର ବନ୍ଦ ହୋଇଯାଇଛି। ଏଥିପାଇଁ ୨ ଶିଶୁଙ୍କ ସମେତ ୫ ଗୁରୁତର ରୋଗୀ ପ୍ରାଣ ହରାଇଛନ୍ତି। ତେବେ ମଣିଷ ବେଶରେ ହସ୍ପିଟାଲରେ ଆତଙ୍କବାଦୀ ରହିଥିବା ନେଇ କହିଛି ଇସ୍ରାଏଲ। ହସ୍ପିଟାଲ ଓ ହସ୍ପିଟାଲ ତଳେ ଥିବା ଟନେଲ୍‌ରେ ଆତଙ୍କବାଦୀ ଲୁଚିଥିବା କହିଛି ଇସ୍ରାଏଲ। ଇସ୍ରାଏଲର ଅଭିଯୋଗକୁ ଖଣ୍ଡନ କରିଛି ହମାସର ଅଲ୍‌ ଶିଫା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.