ଟମାଟୋ ପରେ ଏବେ ଆଖି ଦେଖାଉଛି ପିଆଜ, ଜାଣନ୍ତୁ କେତେ ବଢିଛି ଦର?

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ ୬।୭: ଦେଶରେ ଟମାଟୋ ଦର ରେକର୍ଡ ସ୍ତରକୁ ପହଞ୍ଚିବା ପରେ ଏବେ ପିଆଜ ଦର ବି ବଢିବା ଆରମ୍ଭ କରିଛି। ଦେଶରେ ଗତ ୪ ଦିନ ହେଲା ପିଆଜ ମୂଲ୍ୟ ବଢ଼ିଛି।  କେଜି ପିଛା ୧୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଏବେ ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଛି। ଏହିଭଳି ଗତ ୪ ଦିନରେ ପିଆଜ କେଜି ପିଛା ୧୦ ଟଙ୍କା ମହଙ୍ଗା ହେଲାଣି। ଯଦି ପିଆଜର ପାଇକାରୀ ମୂଲ୍ୟ କଥା କୁହାଯାଏ ଏଥିରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ, ଦିଲ୍ଲୀ ବୈଠକରେ ହେଲା ସହମତି

ପିଆଜର ସବୁଠୁ ବଡ଼ ମଣ୍ଡି ଲାସଲ ଗାଁରେ ଗତ ଶୁକ୍ରବାର କ୍ୱିଣ୍ଟଲ ୧୩ଶହ ଟଙ୍କାକୁ ଛୁଇଁଥିଲା। ଏଥିରେ ଖୁଚୁରା ଦୋକାନୀମାନେ ଆଗାମୀ ଦିନରେ ପିଆଜ ଦର ଆହୁରି ବଢ଼ିବ ବୋଲି କହିଛନ୍ତି। ଜୁନ ୨୭ ତାରିଖ ଦିନ ନାସିକ୍ ମଣ୍ଡିରେ କ୍ୱିଣ୍ଟଲ ପିଛା ପିଆଜ ଦର ୧୨୦୧ ଟଙ୍କାରେ କାରବାର ହୋଇଥିଲା। ତେବେ ତା ପରଠାରୁ ଦର ବୃଦ୍ଧି ଲାଗି ରହିଛି। ଟମାଟୋ ପରେ ପିଆଜ ଦର ବୃଦ୍ଧି ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। ଯଦି ଏଇଭଳି ପିଆଜ, ଟମାଟୋ ଅନ୍ୟ ପନିପରିବା ଦର ବଢିବଢି ଚାଲେ ତେବେ ଲୋକେ ଖାଇବେ କଣ ବୋଲି ଚିନ୍ତାରେ ପଡିଛନ୍ତି।

{"id":813518,"width":837,"height":549,"sizeSlug":"full","linkDestination":"none"}

ପ୍ରାୟ ୨ ମାସ ପୂର୍ବେ ସରକାର ଚାଷୀଙ୍କ ଠାରୁ ୦.୧୪ ନିୟୁତ ଟନ ପିଆଜ ଷ୍ଟକ୍ କିଣିଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଗତ ଏପ୍ରିଲ ମାସରେ କହିଥିଲେ ଯେ କେନ୍ଦ୍ର ସରକାର ୨୦୨୩-୨୪ ବର୍ଷ ନିମନ୍ତେ ୩ ଲକ୍ଷ ଟନ ପିଆଜ ବମ୍ପର ଷ୍ଟକ୍‌ କରିବେ। ସେହିପରି ଗତ ସିଜିନ ୨୦୨୨-୨୩ ଲାଗି କେନ୍ଦ୍ର ସରକାର ୨.୫୧ ଲକ୍ଷ ଟନ ପିଆଜ ବମ୍ପର ଷ୍ଟକ୍ କରିଥିଲେ। ଅନ୍ୟପଟେ ଭାରତ ସରକାର  ଜୁଲାଇ ମାସ  ପ୍ରାରମ୍ଭରେ କହିଥିଲେ ଯେ ଚଳିତ ବର୍ଷ ପିଆଜ ଉତ୍ପାଦନ ୨୦୨୧-୨୨ର ୩୧.୬୯ ମିଲିୟନ ଟନରୁ ହ୍ରାସ ହୋଇ ୨୦୨୩-୨୪ରେ  ୩୧.୦୧ ମିଲିୟନ ଟନ ହେବ ବୋଲି ଆକଳନ କରିଥିଲେ।

ପାଗ ଅନୁକୂଳ ହେଲେ ଜୁଲାଇ ୧୪ରେ ହେବ ଚନ୍ଦ୍ରାୟନ-୩ର ଉତ୍‌କ୍ଷେପଣ

ସାରା ଦେଶରେ ପ୍ରଥମେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ତା ପଛକୁ ଲଗାଣ ବର୍ଷା ଯୋଗୁ ଟମାଟର ଦର ଉପରେ ପ୍ରଭାବ ପଡିଛି। ଭାରତରେ ବର୍ଷା ଓ ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫସଲ ଖରାପ ହୋଇଛି। ଏଣୁ ଯୋଗାଣ ବାଧା ପ୍ରାପ୍ତ ହୋଇଥିବାରୁ ଦେଶରେ ଦରବୃଦ୍ଧି ଦେଖା ଦେଇଛି। ଫଳରେ କେଜି ପିଛା ୧୦ରୁ ୨୦ ଟଙ୍କା ଦରରେ ବିକ୍ରି ହେଉଥିବା ଟମାଟୋ ଏବେ ୧୦୦ ଟଙ୍କାକୁ ପାର ହୋଇଯାଇଛି। ଅର୍ଥାତ କେଜି ପିଛା ୭୦ରୁ ୮୦ ଟଙ୍କା ବୃଦ୍ଧି ହୋଇଛି। ଖରାପ ପାଣିପାଗ ଯୋଗୁ କେବଳ ଟମାଟୋ କି ପିଆଜ ନୁହେଁ ଅନ୍ୟ ପନିପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଥିବାରୁ ବଜାରରେ ଦର ବୃଦ୍ଧି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.