ନୂଆଦିଲ୍ଲୀ ୧୭।୮: ଟମାଟୋର ପରେ ଏବେ ବଜାରରେ ଫଳର ରାଜା କୁହାଯାଉଥିବା ସେଓର ମୂଲ୍ୟ ବଢିବାରେ ଲାଗିଛି। ହିମାଚଳ ପ୍ରଦେଶରେ ଲାଗି ରହିଥିବା ବର୍ଷା, ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ସେଓ ବଗିଚା ପ୍ରଭାବିତ ହୋଇଛି। ଏଣୁ ସେଓ ବଜାରକୁ ନିୟମିତ ସମୟରେ ପହଞ୍ଚି ପାରୁନଥିବା ବେଳେ ଯାହା ବି ପହଞ୍ଚୁଛି ତାହା ସମୁଦ୍ରକୁ ଶଙ୍ଖେ। ଏଣୁ ସେଓର ଦର ବଢିବା ଆରମ୍ଭ ହୋଇଛି। ତେବେ ଉତ୍ସବ ଋତୁ ପୂର୍ବରୁ ବଜାରରେ ସେଓ ଏବଂ ଅନ୍ୟ ଫଳ ଦର ବଢିବା ଏବେ ଲୋକଙ୍କ ଚିନ୍ତାର କାରଣ ପାଲଟିଛି।
ଅଗଷ୍ଟ ୧୫ରୁ ଟମାଟୋ କେଜି ୫୦ ଟଙ୍କା
ଓଖଲା ମଣ୍ଡିର ଫଳ ବ୍ୟବସାୟୀ ହିମାଚଳ ପ୍ରଦେଶରେ ବର୍ଷା ବଜାର ନିମନ୍ତେ ପ୍ରାୟତଃ ଖରାପ ଖବର ହୋଇଥାଏ ବୋଲି କହିଛନ୍ତି। ଏଥିରେ ଚଳିତବର୍ଷ ଯେଉଁ ପରିସ୍ଥିତି ଉପୁଜିଛି ସେଥିରେ ଫଳ ମହଙ୍ଗା ହେବା ସାଧାରଣ କଥା । ହିମାଚଳରୁ ଦିଲ୍ଲୀ ଓ ଏନସିଆରକୁ ପଲ୍ମ, ସେଓ ଏବଂ ଆପ୍ରିକଟ୍ ପହଞ୍ଚିଥାଏ। ସାଧାରଣରେ ସେଓ ଗୋଟିଏ ପେଟି ବ୍ୟବସାୟୀଙ୍କୁ ୧ ହଜାର ଟଙ୍କା କିଣା ପଡିଥାଏ। ହେଲେ ଏବେ ବର୍ଷା ହେଉଥିବାରୁ ପେଟି ପିଛା ବ୍ୟବସାୟୀ ୨ ହଜାରରୁ ୩ହଜାର ୫୦୦ ଟଙ୍କା ଦେଇ କିଣୁଥିବା ବ୍ୟବସାୟୀ କହିଛନ୍ତି।
{"id":832236,"width":839,"height":557,"sizeSlug":"full","linkDestination":"none"}
ବର୍ଷା ଓ ବନ୍ୟାରେ ରାସ୍ତା ଭାସି ଯାଇଥିବାରୁ ଚାଷୀ ଏବେ ଦିନ ଜାକରେ ଗୋଟିଏ ଟ୍ରକ୍ ଫଳ ପଠାଇବାରୁ ସକ୍ଷମ ହେଉଛନ୍ତି। ଏଣୁ ସବୁ ଫଳ ଗୋଟିଏ ଟ୍ରକ୍ରେ ଆସୁଥିବାରୁ ଫଳ ବେଶି ସମୟ ରହୁ ନଥିବା ଓ ସଢ଼ି ଯାଉଥିବା ବ୍ୟବସାୟୀ କହୁଛନ୍ତି। ହିମାଚଳ ପ୍ରଦେଶରେ ଚଳିତବର୍ଷ ମୌସୁମୀର ୫୪ ଦିନରେ ୭୪୨ ମିଲିମିଟର ବର୍ଷା ହେଲାଣି। ଶିମଲା ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ସୁରିନ୍ଦର ପଲ ଗତ ଜୁଲାଇରେ ରାଜ୍ୟରେ ରେକର୍ଡ ହୋଇଥିବା ବର୍ଷା ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି କହିଛନ୍ତି ।
ନେପାଳ ଟମାଟର ଭାରତରେ ହ୍ରାସ କରିବ ମୂଲ୍ୟ ବୃଦ୍ଧି, ଜାଣନ୍ତୁ ଏହି ପଡୋଶୀ ଦେଶରୁ ଆଉ କ’ଣ ସବୁ ହୁଏ ଆମଦାନୀ?
ଏଥିରେ ଗତ ୧୩ରୁ ୧୫ ଅଗଷ୍ଟ ମଧ୍ୟରେ ଜାରି ବର୍ଷା ଯୋଗୁ ଏପର୍ଯ୍ୟନ୍ତ ରାଜ୍ୟରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପ୍ରସମନ ମୁଖ୍ୟ ଶାସନ ସଚିବ ଓଁକାର ଚନ୍ଦ ଶର୍ମା କହିଛନ୍ତି। ବର୍ଷା ଓ ବନ୍ୟା ଯୋଗୁ ସାରା ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ହଜାର ୭୧୪ ଘର ସମ୍ପୂର୍ଣ୍ଣ ଅଥବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାର ରିପୋର୍ଟ ମିଳିଥିବା ସେ କହିଛନ୍ତି।