ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗସ୍ତ ପରେ ‘ଗୋମୂତ୍ର’ରେ ଠାକରେ ସ୍ମାରକ ଶୁଦ୍ଧିକରଣ କଲେ ଉଦ୍ଧବ ଗୋଷ୍ଠୀ

17/11/2022 at 10:32 PM

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ଏବଂ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜର ୩୯ ବିଧାୟକଙ୍କ ସହିତ ସ୍ଵର୍ଗୀୟ  ବାଲ ଠାକରେଙ୍କ ସ୍ମୃତି ଦିବସର ଠିକ୍ ଗୋଟିଏ ଦିନ ପୂର୍ବେ ବୁଧବାର ଶିବାଜୀ ପାର୍କ ସ୍ଥିତ ସ୍ମାରକର ଗସ୍ତ କରିଥିଲେ ଏବଂ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ସିନ୍ଦେ ଯିବା ପରେ ପରେ ଉଦ୍ଧବ ଗୋଷ୍ଠୀର ଶିବସୈନିକଙ୍କ ପକ୍ଷରୁ ସ୍ମାରକକୁ ଗୋ ମୂତ୍ର ଏବଂ ପାଣିରେ ଧୋଇ ଶୁଦ୍ଧିକରଣ କରାଯାଇଛି। ବାଲାସାହେବ ଠାକରେଙ୍କ ଗୁରୁବାର ଅର୍ଥାତ ନଭେମ୍ବର ୧୭ ପୁଣ୍ୟତିଥି।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ବିରୋଧୀ ଗୋଷ୍ଠୀ ସହିତ କୌଣସି ପ୍ରକାରର ମୁହାଁମୁହିଁ ସ୍ଥିତିରୁ ବର୍ତ୍ତିବା ପାଇଁ ବାଲାସାହେବଙ୍କ ପୁଣ୍ୟତିଥିର ଗୋଟିଏ ଦିନ ପୂର୍ବରୁ ସ୍ମାରକ ଯିବାକୁ ନିଷ୍ପତ୍ତି ନେଇଥିଲେ। ଯେମିତି ଏକନାଥ ସିନ୍ଦେ ପାର୍କରୁ ବାହାରିଲେ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସୈନିକ ସ୍ମାରକ ସ୍ଥଳରେ ପହଞ୍ଚି ସେଠାରେ ଗୋମୂତ୍ର ଏବଂ ପାଣି ସିଞ୍ଚନ କରି ଶୁଦ୍ଧିକରଣ କରିଛନ୍ତି।

ଉଦ୍ଧବ ଗୋଷ୍ଠୀର ଶିବସୈନିକଙ୍କ ସ୍ମାରକକୁ ଗୋମୂତ୍ରରେ ସଫା କରିବା କାମକୁ ସିନ୍ଦେ ଗୋଷ୍ଠୀର ଶିବସୈନିକ ନିନ୍ଦା କରିଛନ୍ତି। ସିନ୍ଦେ ଗୋଷ୍ଠୀର ଶିବସେନାର ମୁଖପାତ୍ର ଦୀପକ କେସରକର କହିଛନ୍ତି, ଆମେ ଏମିତି କାମକୁ ନିନ୍ଦା କରୁଛୁ। ବାଲା ସାହେବ କୌଣସି ଏକ ବ୍ୟକ୍ତି କିମ୍ବା ପାର୍ଟିର ନେତା ନଥିଲେ, ତାଙ୍କୁ ପ୍ରତିଟି ପାର୍ଟି ଦ୍ଵାରା ପୂଜା ଏବଂ ସମ୍ମାନିତ କରାଯାଉଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ନିଜ ପିତା ତଥା ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ପୁଣ୍ୟତିଥିରେ ତାଙ୍କ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଦ୍ଧବଙ୍କ ସହିତ ତାଙ୍କ ପତ୍ନୀ ରଶ୍ମି ଠାକରେ, ପୁଅ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ମହା ବିକାଶ ଅଘାଡି ସରକାର ସିନ୍ଦେଙ୍କ ବିଦ୍ରୋହ ପରେ ଚଳିତ ବର୍ଷ ଜୁନରେ ଭାଙ୍ଗିଥିଲା। ପରେ ସିନ୍ଦେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  

   Related Posts