scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତଓ୍ଵାଙ୍ଗ ସଂଘର୍ଷ ପରେ ପ୍ରଥମ ଥର ମୁହଁ ଖୋଲିଲା ଚୀନ, କହିଲା- ସୀମାରେ ସ୍ଥିତି ସ୍ଥିର ରହିଛି

13/12/2022 at 4:43 PM

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ମଙ୍ଗଳବାର ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି। ଏବେ ଚୀନ ଘଟଣା ଉପରେ ନିରବତା ଭାଙ୍ଗିଛି। ଚୀନ କହିଛି ବର୍ତ୍ତମାନ ଭାରତୀୟ ସୀମା ନିକଟରେ ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି।ଉଲ୍ଲେଖନୀୟ ଦୁଇ ବର୍ଷ ପରେ ତଓ୍ଵାଙ୍ଗ ସେକ୍ଟରରେ ଦୁଇ ସେନା ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଭାରତୀୟ ସେନା ଚୀନର ୩୦୦ରୁ ଅଧିକ ସୈନିକଙ୍କୁ ଘଉଡାଇବା ସହ ନିଜ ପୋଷ୍ଟରେ ତ୍ରିରଙ୍ଗାକୁ ହଟାଇବାକୁ ଦେଇ ନାହାନ୍ତି। ଏଥିରେ ୬ ଭାରତୀୟ ଯବାନ ଏବଂ ୧୫ ଚୀନ ସୈନିକ ଆହତ ହୋଇଛନ୍ତି।

ଏହି ଘଟଣା ଡିସେମ୍ବର ୯ରେ ଘଟିଛି। କିନ୍ତୁ ସୋମବାର ଏହି ଘଟଣା ସାମ୍ନାକୁ ଆସିଥିଲା। ଭାରତୀୟ ସେନା  କହିଛି ଯେ, ତଓ୍ଵାଙ୍ଗ ସେକ୍ଟରରେ ଭାରତୀୟ ପୋଷ୍ଟକୁ କବଜା କରିବା ଉଦ୍ଦେଶ୍ୟରେ ଚୀନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଅଚାନକ ଥିଲା ଏବଂ ଚୀନକୁ ଲାଗୁଥିଲା ଯେ, ୩୦୦ ସୈନିକ କଣ୍ଟାଯୁକ୍ତ ଲାଠି ଧରି ଯଦି ଭାରତୀୟ ସେନା ଉପରେ ଆକ୍ରମଣ କରିବେ ତେବେ ଗଲଓ୍ଵାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ପୁନରାବୃତ୍ତି ଘଟିପାରେ। ହେଲେ ଭାରତୀୟ ସେନା ଚୀନର ଏହି ହୀନ ଚକ୍ରାନ୍ତକୁ ପଣ୍ଡ କରିଛନ୍ତି। କିଛି ଘଣ୍ଟା ଧରି ଉଭୟ ସେନା ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଭାରତୀୟ ସେନା ଚୀନ ସୈନିକଙ୍କୁ ମାଡ ମାରି ଘଉଡାଇବା ସହ ନିଜ ପୋଷ୍ଟର ରକ୍ଷା କରିଛନ୍ତି।

ମୁହଁତୋଡ ଜବାବ ମିଳିବା ପରେ ଚୀନ ସୈନିକ ପଛଘୁଞ୍ଚା ଦେଇଛନ୍ତି। ଭାରତୀୟ ସେନାର ବୟାନ ଅନୁଯାୟୀ, ଆକ୍ରମଣରେ ୬ ଭାରତୀୟ ଏବଂ ଚୀନର ପ୍ରାୟ ୧୫ ସୈନିକ ଆହତ ହୋଇଛନ୍ତି। ଆହତ ଯବାନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଵାଭାବିକ ରହିଛି। ଏହି ପୂରା ଘଟଣାକ୍ରମ ଉପରେ ମଙ୍ଗଳବାର ନିରବତା ଭାଙ୍ଗିଛି ଚୀନ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଓ୍ଵାଙ୍ଗ ଓ୍ଵେନବିନ ଗୋଡିଏ ଧାଡିର ବୟାନରେ କେବଳ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି।

ଚୀନ ପକ୍ଷରୁ ଗୋଟିଏ ଧାଡିର ବୟାନରୁ ସ୍ପଷ୍ଟ ହୋଇଛି ଯେ, ତଓ୍ଵାଙ୍ଗ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ଚୀନକୁ ମହଙ୍ଗା ପଡିଛି। ଅନ୍ୟପକ୍ଷେ ଭାରତରେ ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହକୁ ଚୀନ ପ୍ରସଙ୍ଗକୁ ନେଇ ଖୁବ୍ ହଟ୍ଟଗୋଳ ହୋଇଛି।

   Related Posts