ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୋଷ୍ଟର ପରେ Adipurushର ଟିଜରକୁ ନାପସନ୍ଦ କଲେ ୟୁଜର, କହିଲେ- ‘ହାଇ ବଜେଟ୍‌ର କାର୍ଟୁନ ଫିଲ୍ମ’

3/10/2022 at 8:22 PM

ନୂଆଦିଲ୍ଲୀ: ଓମ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆଦି ପୁରୁଷ’ର ଟିଜର ରବିବାର ସନ୍ଧ୍ୟାରେ ରିଲିଜ୍ ହୋଇଛି। ଫିଲ୍ମରେ ପ୍ରଭାସ, ସୈଫ ଅଲ୍ଲୀ ଖାନ ଏବଂ କୃତି ସେନନ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି। ‘ଆଦି ପୁରୁଷ’ର କାହାଣୀ ରାମାୟଣ ଉପରେ ଆଧାରିତ। ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ଏବଂ ସୈଫ ଅଲୀ ଖାନ ରାବଣ ଚରିତ୍ରରେ ଅଭିନୟ କରିଛନ୍ତି। ବଡ ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀରେ ସିନେମାଘରକୁ ଆସିବ। ଅନେକ ଭାଷାରେ ଫିଲ୍ମ ରିଲିଜ୍ ହେବ। ଫିଲ୍ମର ପୋଷ୍ଟର ଆସିବା ପରଠୁ ପ୍ରଶଂସକ ଟିଜରର ଅପେକ୍ଷା କରିଥିଲେ। ହେଲେ ଟିଜର ଦେଖିବା ପରେ ପ୍ରଶଂସକ ବହୁତ ନିରାଶ ବ୍ୟକ୍ତ କରିଛନ୍ତି। ଟୁଇଟର୍ ଉପରେ ନଜର ପକାଇଲେ ଟିଜରକୁ ଭଲ ରେସପନ୍ସ ମିଳିନାହିଁ।

ଟିଜରରେ ଭିଏଫଏକ୍ସ ବହୁତ ଖରାପ ଥିବା ଦେଖିବାକୁ ମିଳିଛି। ଟିଜର ଦେଖିବା ପରେ ୟୁଜର କହିଛନ୍ତି, ଲାଗୁଛି ଆମେ ଏକ କାର୍ଟୁନ ଫିଲ୍ମ ଦେଖୁଛୁ। ପୂର୍ବରୁ ଆଦି ପୁରୁଷର ପୋଷ୍ଟର ମଧ୍ୟ ୟୁଜର୍ସକୁ ପସନ୍ଦ ଆସିନଥିଲା। ପୋଷ୍ଟରକୁ ନେଇ ଫିଲ୍ମକୁ ଖୁବ୍ ଟ୍ରୋଲ କରାଯାଇଥିଲା।

ଜଣେ ୟୁଜର ଲେଖିଛନ୍ତି, ଆଦି ପୁରୁଷ ଟିଜର ପରେ କହିବାକୁ ଚାହୁଁଛି ବ୍ରହ୍ମାସ୍ତ୍ରର ଭିଏଫଏକ୍ସ ଉପରେ ବହୁତ ପରିଶ୍ରମ କରାଯାଇଛି। ଆୟନଙ୍କ ପାଇଁ ଇଜ୍ଜତ ବଢି ଯାଇଛି। ଥିଏଟର ଯାଇ ଆଦି ପୁରୁଷ ଦେଖିବାର ଇଚ୍ଛା ମରି ଯାଇଛି। ଆଉ ଜଣେ ୟୁଜର ଲେଖିଛନ୍ତି,  ବଡ ବଜେଟ୍‌ର କାର୍ଟୁନ ଫିଲ୍ମ। ଆଉ ଜଣେ ଲେଖିଛନ୍ତି ଟିଜର ବହୁତ ଖରାପ। ଏହା ଏନିମେଟେଡ ଫିଲ୍ମ ପରି ହୋଇଛି। ଭିଏଫଏକ୍ସ ଏତେ ଖରାପ ଯେ, ଏଥିରୁ ତ କାର୍ଟୁନ ଫିଲ୍ମରେ ଭଲ ଫଟୋଗ୍ରାଫି ରହିଛି। ଫିଲ୍ମକୁ ପୋଗୋ ଚ୍ୟାନେଲ୍‌ରେ ରିଲିଜ୍ କରାଯିବା ଉଚିତ୍। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଆଦିପୁରୁଷ କେତେ ଭଲ ଗାଥାକୁ ଜବରଦସ୍ତି ଭିଏଫଏକ୍ସର ଚକ୍କରରେ ଅଜବ କରି ଦେଇଛି,,, ବହୁତ ଆଶା ଥିଲା ଫିଲ୍ମରୁ, ମାତ୍ର ନିରାଶ ହିଁ ମିଳିଛି।

ଜଣେ ୟୁଜର ଲେଖିଛନ୍ତି, ଆଦିପୁରୁଷର ସାଟେଲାଇଟ୍ ଅଧିକାର ପୋଗୋ ଚ୍ୟାନେଲ ନିକଟରେ ରହିଛି। ଆଉ ଜଣେ କହିଛନ୍ତି, ଆପଣ ଏମିତି କେମିତି ରାମାୟଣକୁ ବରବାଦ କରି ପାରିବେ। ଯଦି ଆପଣ ନ୍ୟାୟ କରି ପାରିବେ ନାହିଁ ତେବେ ଦୟା କରି ଏହାକୁ ଖରାପ କରନ୍ତୁ ନାହିଁ।

ଫିଲ୍ମ ଆଦିପୁରୁଷ ୨୦୨୩ ଜାନୁଆରୀ ୧୨ରେ ସିନେମାଘରେ ରିଲିଜ୍ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହାର ବଜେଟ୍ ପ୍ରାୟ  ୫୦୦ କୋଟି ଟଙ୍କା  ରହିଛି। ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି ଓମ ରାଉତ। ସେ ଏହା ପୂର୍ବରୁ ଅଜୟ ଦେବଗନଙ୍କ ସହିତ ଫିଲ୍ମ ‘ତାନାଜୀ’ କରିଥିଲେ।

   Related Posts