ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର, ଗୋଟିଏ କାର୍ଡରେ ମିଳିବ ମେଟ୍ରୋ ଓ ଡିଟିଏସ ବସ୍ ଟିକେଟ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଏବେ ଗ୍ରାହକଙ୍କୁ ବସ୍ ଟିକେଟ କିଣିବାର ଝିନଝଟରୁ ମିଳିବ ଆଶ୍ଵସ୍ତି। ସାଧାରଣତଃ ଦିଲ୍ଲୀରେ କୌଣସି ସ୍ଥାନକୁ ଯିବାକୁ ହେଲେ ମେଟ୍ରୋ କିମ୍ବା ଡିଟିସି ବସର ବ୍ୟବହାର କରିଥାନ୍ତି ଲୋକେ । କିନ୍ତୁ ଖୁବଶୀଘ୍ର ପରିବହନ ବିଭାଗ ଏକ ନୂତନ ବ୍ୟବସ୍ଥା ଆଣିବାକୁ ଯାଉଛି । ଏହି ନିୟମ ଲାଗୁ ହେବା ପରେ ମେଟ୍ରୋ କାର୍ଡରେ ହିଁ ଡିଟିଏସ୍ ଟିକେଟରେ କିଣିପାରିବେ ଯାତ୍ରୀ ।

ଏହି ନିୟମ ଅନୁଯାୟୀ ନ୍ୟାସନାଲ୍ କମନ୍ ମୋବିଲିଟି କାର୍ଡ (NCMC)ର ଦ୍ବାରା ଲାଗୁ କରାଯିବ । ଏହାକୁ ଡିଏମଆରଏସ ପୁରା ମେଟ୍ରୋ ନେଟଓ୍ବର୍କରେ ଲାଗୁ କରିବ । ତେବେ ଏହି କାର୍ଡ ସାହାଯ୍ୟରେ ବସ୍ ଏବଂ ମେଟ୍ରୋରେ ଯାତ୍ରା କରିବାକୁ ସମର୍ଥ ହେବେ ଯାତ୍ରୀ । ବ୍ୟାଙ୍କମାନଙ୍କର ରୁପେ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ କରି ଯାତ୍ରୀମାନେ ବସ୍ ଟିକେଟ୍ କିଣିବାକୁ ସକ୍ଷମ ହେବେ। ଯଦି ଯାତ୍ରୀ ଚାହାଁନ୍ତି, ତେବେ ସେ ବସ୍ କଣ୍ଡକ୍ଟରଙ୍କଠାରୁ ମଧ୍ୟ କାର୍ଡ କିଣି ପାରିବେ ।

ତେବେ ଦିଲ୍ଲୀରେ ଏହି କାର୍ଡ ସାହାଯ୍ୟରେ ମହିଳାମାନେ ଫ୍ରିରେ ଯାତ୍ରା  କରିପାରିବେ । କିନ୍ତୁ ସେମାନଙ୍କୁ ମଧ୍ୟ ମେସିନରେ କାର୍ଡ ସ୍ବାଇପ୍ କରିବାକୁ ପଡିବ । ଏହାର ପ୍ରତିବଦଳରେ କାର୍ଡରୁ ଏକ ସ୍ଲିପ୍ ବାହାରିବ । ଯେଉଁଥିପାଇଁ ମହିଳାଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ତେବେ ଏଥିପାଇଁ ପରିବହନ ବିଭାଗ ଏକ ଇଲେକ୍ର୍ଟୋନିକସ୍ ଟିକେଟ୍ ମେସିନ୍ ରହିବ । କମ୍ପାନୀ ଏପରି ଏକ ଆପ୍ ପ୍ରସ୍ତୁତ କରିବ, ଯାହା ଦ୍ବାରା ଲୋକମାନେ ବସ୍ ଟପରେ ଥାଇ ଜାଣିପାରିବେ ଯେ ବସରେ କେତେ ସିଟ୍ ଖାଲି ରହିଛି । ଏହାସହିତ ଲୋକମାନେ ବସରେ ବସିବାକୁ ଚାହୁଁଛନ୍ତି କି ନାହିଁ ତାହାର ନିଷ୍ପତି ସହଜରେ ନେଇପାରିବେ ଗ୍ରାହକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.