ଗ୍ୟାସ ଦର କମିବା ପରେ ଏବେ ରାଜନୀତି ଜୋର, ବିଜେପିର ନିର୍ବାଚନୀ ଚାଲ୍ କହିଲେ ବିଜେଡି-କଂଗ୍ରେସ

Published By : Prameya-News7 Bureau | August 30, 2023 IST

ଭୁବନେଶ୍ଵର:  ଗ୍ୟାସ ଦର କମିବା ପରେ ଏବେ ଜୋର ଧରିଛି ରାଜନୀତି। ମୋଦି ସରକାର ଗ୍ୟାସ ସିଲିଣ୍ତର ପିଛା ୨୦୦ ଟଙ୍କା  କମାଇଥିବା ବେଳେ ଉଜ୍ବଳାରେ ଦର ୪୦୦ଟଙ୍କା କମାଇଛନ୍ତି।  କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ମା ଓ ଭଉଣୀଙ୍କୁ  ପ୍ରଧାନମନ୍ତ୍ରୀଙ୍କ ରକ୍ଷା ବନ୍ଧନ ଉପହାର ବୋଲି ବିଜେପି ଆଖ୍ୟା ଦେଇଛି। ସେପଟେ ବିରୋଧୀ କହିଛନ୍ତି ମହିଳା ଭୋଟରଙ୍କୁ ନିଜର ଫୋଲଡକୁ ଆଣିବାକୁ ଏ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

wp:heading {"level":4}

Also read- ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ୪ ଟି ଜୋନରେ ହେବାକୁ ଥିବା ବୈଠକରେ ଦେବେ ଯୋଗ

/wp:heading

ଗ୍ୟାସ ଦର କମିଲା ୨୦୦ ଟଙ୍କା  । ରାଜନୀତି ବଢ଼ିଲା ୨ ଗୁଣା । ମହିଳା ଭୋଟରଙ୍କୁ ଆଖି ଆଗରେ ରଖି କେନ୍ଦ୍ର ସରାକର ଗ୍ୟାସ ଦର କମାଇଥିବା କହିଛନ୍ତି ବିରୋଧୀ। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାକ୍ଷୀ ଅବସରରେ ମା ଓ ଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀ ବଡ ଉପହାର ଦେଇଛନ୍ତି ।  ଓଡ଼ିଶାର ମାଆ ଓ ଭଉଣୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ୯୬ ଲକ୍ଷ ହିତାଧିକାରୀ ଏହାଦ୍ବାରା ଉପକୃତ ହେବେ। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୃକ୍ତ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ନିର୍ଦ୍ଧାରିତ ମୂଲ୍ୟରୁ ୪୦୦ ଟଙ୍କା କମ ମୂଲ୍ୟରେ ଗ୍ୟାସ ପାଇ ଉପକୃତ ହେବେ । 

wp:html /wp:html

ଏପଟେ ଗ୍ୟାସ ଦର କମାଇବାକୁ ନିର୍ବାଚନ ସହିତ ଯୋଡ଼ିଛନ୍ତି କଂଗ୍ରେସ ଓ ବିଜେଡି। ବିଜେଡି କହିଛି  ଗ୍ୟାସ ଦର  ଆହୁରି କମିବାର ଥିଲା।  ମହିଳା ଭୋଟରଙ୍କୁ ଆକୃଷ୍ଠ କରିବାକୁ କେନ୍ଦ୍ର ସରକାର ଯେତେ ଯାହା କଲେ ବି ଓଡ଼ିଶାର ମହିଳାମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ବିଶ୍ୱାସ ଅତୁଟ ରଖିଛନ୍ତି। ଦେଶରେ ନବୀନ ପଟ୍ଟନାୟକ ହିଁ ପ୍ରଥମେ ମହିଳାଙ୍କ ପାଇଁ ଏକାଧିକ ନିଷ୍ପତ୍ତି ନେଇ ପ୍ରଥମେ ମହିଳାଙ୍କ ସଶକ୍ତିକରଣ କଥା ଚିନ୍ତା କରିଛନ୍ତି ବୋଲି ବିଜେଡି କହିଛି। କଂଗ୍ରେସ କହିଛି ୟୁପିଏ ସରକାର ଅମଳରେ ଗ୍ୟାସ ଦର ସିଲିଣ୍ତର ପିଛା ୪୫୦ ଟଙ୍କା ଥିଲା । ବିଜେପି ଉଜ୍ବଲା ଯୋଜନାରେ ପ୍ରଥମେ ମାଗଣାରେ ଗ୍ୟାସ ଦେଇ ପରେ ୧୧ଶହ ଟଙ୍କାରେ ପହଞ୍ଚାଇଲା। ଏବେ ନିର୍ବାନକୁ ଦେଖି ଦର କମେଇଛନ୍ତି।

ରାଜ୍ୟରେ  ୩କୋଟି ୨୨ ଲକ୍ଷ ଭୋଟର ଥିବାବେଳେ ସେମାନଙ୍କ ଭିତରୁ ୧କୋଟି ୫୮ ଲକ୍ଷ ୪୯ ହଜାର ମହିଳା ଭୋଟର ଅଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ  ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟ ଦେଇଥିଲେ ।  ଯେଉଁଥିପାଇଁ ମହିଳାଙ୍କୁ ନିଜ ଫୋଲଡକୁ ଆଣିବାକୁ ଚାଲିଛି ବଡ଼ ପ୍ରତିଯୋଗିତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.