ନୂଆଦିଲ୍ଲୀ: ତୁର୍କୀ ଓ ସିରିୟାରେ ହୋଇଥିବା ଭୟଙ୍କରୀ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୨୩ ହଜାର ଟପିଛି। ଏଥିରେ ପ୍ରାୟ ୮୩ ହଜାର ୮ଜଣ ଆହତ ହୋଇଛନ୍ତି । କେବଳ ତୁର୍କୀରେ ୧୯ ହଜାର ୮୩୩ଜଣ ପ୍ରାଣ ହରାଇ ଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ୪୩ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଆଉ କେତେ ବଢିବ ତାହା ଅନୁମାନ କରାଯାଇ ପାରୁନାହିଁ।
ଏଭଳି ଦୁଃଖଦ ସମୟରେ ଭାରତ ଉଭୟ ତୁର୍କୀ ଏବଂ ସିରିୟାକୁ ସମବେଦନ ଜଣାଇବା ସହ ବଢ଼ାଇଛି ସାହାଯ୍ୟର ହାତ। ତୁର୍କୀ ଓ ସିରିୟାକୁ ୧୦୦ କମ୍ବଳ ଦାନ କରିଥିବା ବେଳେ ତୁର୍କୀ ରାଷ୍ଟ୍ରଦୂତ ଭାରତୀୟ ନାଗରିକଙ୍କ ହୃଦୟସ୍ପର୍ଶୀ ନୋଟ୍କୁ ସେୟାର କରିଛନ୍ତି। ଫିରାଟ ସୁନେଲ ଟ୍ୱିଟର ପେଜରେ ଲୋକମାନଙ୍କ ଦ୍ୱାରା ପଠାଯାଇଥିବା ଚିଠିର ଚିତ୍ର ସେୟାର କରିଛନ୍ତି। ଏଥିରେ ଲେଖା ହୋଇଛି ଯେ, "ଭୂକମ୍ପରେ ପୀଡିତ ସମସ୍ତ ତୁର୍କୀବାସୀଙ୍କ ପାଇଁ ଆମେ ଦୁଃଖିତ। ତୁର୍କୀରେ ପ୍ରାକୃତିକ ବିପର୍ଯ୍ୟୟରେ ଅକଳନୀୟ ଧନ ଜୀବନହାନୀ ଘଟିଛି। ଏଥିପାଇଁ ଆମେ ମର୍ମାହତ ଏବଂ ଚିନ୍ତିତ। ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତ ଭାରତୀୟ ତୁର୍କୀ ସହିତ ସେମାନଙ୍କ ଦୁଃଖରେ ଠିଆ ହୋଇଛୁ। ଭଗବାନ ତୁର୍କୀକୁ ଆଶୀର୍ବାଦ କରନ୍ତୁ ଏବଂ ଏତେବ ବଡ ବିପତ୍ତିର ମୁକାବିଲା କରିବାକୁ ସାହସ ଦିଅନ୍ତୁ। " ଏହି ଚିଠିରେ କୁଲଦୀପ, ଅମରଜିତ, ସୁଖଦେବ ଏବଂ ଗୌରବ ଦସ୍ତଖତ କରିଛନ୍ତି।
wp:html/wp:htmlSometimes the meaning of words is much deeper than their meaning in dictionary like in this letter attached by an Indian family to one of the blanket donations...#VasudhaivaKutumbakam#earthquakeinturkey
— Fırat Sunel फिरात सुनेल فرات صونال (@firatsunel) February 9, 2023
🇹🇷🇮🇳 pic.twitter.com/78ncF8OnL7
ରାଷ୍ଟ୍ରଦୂତ ଏହାକୁ ପୋଷ୍ଟ କରି, କ୍ୟାପସନରେ ଲେଖିଛନ୍ତି, "ବେଳେବେଳେ ଶବ୍ଦର ଅର୍ଥ ଅଭିଧାନରେ ଥିବା ଅର୍ଥଠାରୁ ଅଧିକ ଗଭୀର ଅଟେ। ଏହି ଫଟୋ ସେୟାର ହେବା ପରେ ଏହାକୁ ଲକ୍ଷ ଲକ୍ଷ ଦେଖିବା ସହ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଆମେ ସମସ୍ତେ ତୁର୍କୀ ଏବଂ ସିରିୟାରେ ଭୂକମ୍ପରେ ବେହାଲ ଭାଇମାନଙ୍କ ପାଇଁ ପ୍ରାର୍ଥନା କରୁଛୁ। ଭଗବାନ ସେମାନଙ୍କୁ ସାହସ ଦିଅନ୍ତୁ।"
wp:heading {"level":4}ଏ ଖବର ପଢନ୍ତୁ- ତୁର୍କୀରେ ଭାରତୀୟ ସେନାର ‘ଅପରେସନ୍ ଦୋସ୍ତି’, ବନ୍ଦ ହେଉଥିବା ନିଶ୍ବାସରେ ଅମ୍ଳଜାନ ଭରୁଛନ୍ତି ଯବାନ
/wp:headingଅନ୍ୟ ଜଣେ ଲେଖିଛନ୍ତି, "ଏହି ସମୟରେ ଭାରତ ସହାୟତା ପଠାଉଛି ଏବଂ ତୁର୍କୀ ସେନା ପାକିସ୍ତାନ ସହ ସାମରିକ ଅଭ୍ୟାସ କରୁଛି। ମହାନ...। ଯାହାହେଉ, ମୁଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରୁଛି ଯେ ତୁର୍କୀବାସୀ ଏଭଳି ପରିସ୍ଥିତିରୁ ଶୀଘ୍ର ବାହାରନ୍ତୁ।"ଆଉ ଜଣେ ଲେଖିଛନ୍ତି, "ତୁର୍କୀ ଲୋକଙ୍କ ପାଇଁ ମୁଁ ଚିନ୍ତିତ । ଏହି ବିପର୍ଯ୍ୟୟରୁ ଶୀଘ୍ର ଆରୋଗ୍ୟ କାମନା କରନ୍ତୁ।"ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆମର ଗଭୀର ସମବେଦନା।