ପ୍ରସୂତୀଙ୍କ ମୃତ୍ୟୁ ପରେ ରାଗରେ ପରିବାର ଏବଂ ସମ୍ପର୍କୀୟଙ୍କ ନର୍ସିଂ ହୋମରେ ଭଙ୍ଗା ରୁଜା
3/02/2023 at 10:57 PM

ସୋର: ପ୍ରସୂତୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ପରିବାର ଓ ସମ୍ପର୍କୀୟଙ୍କ ନର୍ସିଂ ହୋମରେ ଭଙ୍ଗା ରୁଜା l ଏଥିରେ ଏକ ଆମ୍ବୁଲାନ୍ସ, କାର, ନର୍ସିଂ ହୋମର ଅସ୍ତ୍ରୋପଚାର ଗୃହର ଯନ୍ତ୍ରପlତି ଭଙ୍ଗା ରୁଜା କରି ଲକ୍ଷା ଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି l ଏମିତି ଘଟଣା ପୌରପାଳିକା ବାଲେଶ୍ବର ଗ୍ରାମରେ ଥିବା ଏକ ନର୍ସିଂ ହୋମରେ ଘଟିଛି।
ସୋର ଥାନା ୱାଦା ଗ୍ରାମ ଘୋଡାମରl ଗ୍ରାମର ପ୍ରଶାନ୍ତ ମହନ୍ତଙ୍କ ସ୍ତ୍ରୀ ତୃପ୍ତିମୟୀ ସାହୁ ଡିସେମ୍ବର ୨୫ ତାରିଖରେ ଗର୍ଭ ଅସ୍ତ୍ରପୋଚାର ହୋଇଥିଲେ l ପରେ ତୃପ୍ତିମୟୀର ଅତ୍ୟଧିକ ରକ୍ତ ସ୍ରାବ ହୋଇ ଗୁରୁତର ହେବାରୁ ଭୁବନେଶ୍ୱର ରେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରlଯାଇଥିଲା l ପୁଣି ତୃପ୍ତିମୟୀକୁ ଅତି ଗୁରୁତର ଅବସ୍ଥାରେ ଏମସରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା l
ତୃପ୍ତିମୟୀ ମୃତ୍ୟୁ ପରେ ସୋର ପୌରପାଳିକା ବାଲେଶ୍ବର ଗ୍ରାମରେ ଥିବା ଏକ ନର୍ସିଂ ହୋମରେ ମୃତ ପ୍ରସୂତୀଙ୍କ ଉତ୍ତ୍ୟକ୍ତ ପରିବାର ଓ ସମ୍ପର୍କୀୟଙ୍କ ନର୍ସିଂ ହୋମରେ ଭଙ୍ଗା ରୁଜା କରିଛନ୍ତି l ଏଥିରେ ଏକ ଆମ୍ବୁଲାନ୍ସ, କାର, ନର୍ସିଂ ହୋମର ଅସ୍ତ୍ରୋପଚାର ଗୃହର ଯନ୍ତ୍ରପlତି ଭଙ୍ଗା ରୁଜା କରି ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି l